www.samajalive.in
Monday, December 8, 2025
24.1 C
Bhubaneswar

ଚୋରା ଶାଳ କାଠ ଗାଡି ଜବତ

ସମ୍ବଲପୁର : ସମ୍ବଲପୁର ଜିଲାରେ ଦିନକୁ ଦିନ ବେଆଇନ ଜଙ୍ଗଲ କଟା ଓ ଚୋରା କାଠ ଚାଲାଣ ବୃଦ୍ଧି ପାଉଥିବା ବେଳେ କେବଳ ସମ୍ବଲପୁର ସହର ମଧ୍ୟରେ ଗତ ଏକ ବର୍ଷ ମଧ୍ୟରେ ୧୦ ଥର ଚଢ଼ଉ ଅଭିଯାନ କରାଯାଇ ବିପୁଳ ମାତ୍ରାରେ ବିଭିନ୍ନ ପ୍ରକାରର କାଠ ଓ ଯନ୍ତ୍ରପାତି ଜବତ ହୋଇଛି। ତେବେ ପ୍ରତିଥର ଚଢ଼ଉ ସମୟରେ କାଠ ଓ ଯନ୍ତ୍ରପାତି ଜବତ ବନ ବିଭାଗ କରୁଥିବା ବେଳେ କାଠ ମାଫିଆ ମାନେ ଫେରାର ହୋଇଯାଉଛନ୍ତି ଏବଂ ବନ ବିଭାଗ କେବଳ ଏକ ମାମଲା ରୁଜୁ କରି ଚୁପ ପଡିଯାଉଛି। ଫଳରେ ବନ ବିଭାଗକୁ ବହୁ ସମାଲୋଚନାର ଶିକାର ହେବାକୁ ପଡୁଥିବାରୁ ଏବେ ବିଭାଗ ପକ୍ଷରୁ ପେଟ୍ରୋଲିଂକୁ ତ୍ୱରାନ୍ୱିତ କରାଯାଇଥିବାର ଜଣାପଡିଛି। ଏଣୁ ମଙ୍ଗଳବାର ପ୍ରାତଃ ପ୍ରାୟ ସାଢ଼େ ୫ଟା ସମୟରେ ବନ ବିଭାଗର କର୍ମଚାରୀ ଓ ସ୍କ୍ୱାର୍ଡ ଦଳ ପାଟ୍ରୋଲିଂ କରୁଥିବା ସମୟରେ ରେଢ଼ାଖୋଲ ପଟରୁ ସମ୍ବଲପୁର ପଟକୁ ଚୋରାରେ ଚାଲାଣ କରାଯାଉଥିବା ଏକ ୪୦୭ ମଡେଲ ଟ୍ରକକୁ ସନ୍ଦେହରେ ଅଟକାଇଥିଲେ। କିନ୍ତୁ ଟ୍ରକ ଚାଳକ ଦ୍ରୁତଗତିରେ ପଳାଇବା ସମୟରେ ଜାତୀୟ ରାଜପଥ ୫୫ରେ ଅମ୍ବାତୁମରୁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ବନ ବିଭାଗର କର୍ମଚାରୀ ମାନେ ଟ୍ରକରେ ଚାଲାଣ ହେଉଥିବା ୨୮ଟି ଶାଳ ଗଣ୍ଡି ଜବତ କରିଛନ୍ତି। କିନ୍ତୁ ପ୍ରତି ଥର ଭଳି ଏଥର ମଧ୍ୟ ଚାଳକ ଗାଡି ଛାଡି ପଳାଇଯାଇଥିବାରୁ ବନ ବିଭାଗ କେବଳ ଟ୍ରକ ଓ ଶାଳ କାଠକୁ ଜବତ କରି ଫେରିଛି। ଏନେଇ ଏକ ମାମଲା ରୁଜୁ କରାଯାଇ ଟ୍ରକ ଓ ଶାଳ କାଠ ଗୁଡିକୁ ଜବତ କରାଯାଇ ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ବନ ଅଧିକାରୀ ଡ. ସଞ୍ଜିତ କୁମାର କହିଛନ୍ତି। ବାରମ୍ବାର ଚଢ଼ଉ ସମୟରେ ପ୍ରତି ଥର ବନ ବିଭାଗ ଲକ୍ଷାଧିକ ଟଙ୍କାର ଚୋରା କାଠ ଓ ଯନ୍ତ୍ରପାତି କରୁଥିବା ବେଳେ ଏପର୍ଯ୍ୟନ୍ତ ବିଗତ ଏକ ବର୍ଷ ମଧ୍ୟରେ କୌଣସି କାଠ ଚୋରକୁ ଧରି ନ ପାରିବା ଘଟଣା ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିବାକୁ ଜନତା ବାଧ୍ୟ ହେଉଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories