www.samajalive.in
Sunday, December 7, 2025
26.1 C
Bhubaneswar

ଭାରତର କୋଭିଡ ଟିକା ବିକାଶ ନିରୀକ୍ଷଣ କରିବେ ୬୦ରୁ ଅଧିକ ଦେଶ

୬୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଆସନ୍ତାକାଲି (ବୁଧବାର) ହାଇଦ୍ରାବାଦର ଅଗ୍ରଣୀ ଟିକା ପ୍ରସ୍ତୁତକାରୀ କମ୍ପାନୀ – ଭାରତ ବାୟୋଟେକ ଏବଂ ବାୟୋଲୋଜିକାଲ ଇ ପରିଦର୍ଶନ କରିବେ। ଏହି କମ୍ପାନୀ କରୋନା ଭାଇରସ ପ୍ରତିରୋଧି ଟିକା ପ୍ରସ୍ତୁତ କରୁଛି। ସେମାନେ ପ୍ରଥମେ ଭାରତ ବାୟୋଟେକ ପରିଦର୍ଶନ କରିବା ପରେ ଅନ୍ୟାନ୍ୟ ସହରରେ ଥିବା କରୋନା ଟିକା ବିକାଶକାରୀ କମ୍ପାନୀ ପରିଦର୍ଶନ କରିବେ।

ମିଳିଥିବା ସୂଚନା ଅନୁଯାୟୀ, ସେହି ସବୁ ଦେଶଗୁଡିକର ଭାରତର ଟିକା ବିକାଶ ପ୍ରୟାସରେ ବହୁତ ଆଗ୍ରହ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ସଙ୍କଟର ମୁକାବିଲା ପାଇଁ ସାରା ବିଶ୍ୱକୁ ସାହାଯ୍ୟ କରିବା ପାଇଁ ଭାରତର ଟିକା ଉତ୍ପାଦନ ଏବଂ ବିତରଣ କ୍ଷମତା ବ୍ୟବହାର କରାଯିବ। ସେ ଅହମ୍ମଦାବାଦର ଜିଡସ୍ ବାୟୋଟେକ୍ ପାର୍କ, ହାଇଦ୍ରାବାଦର ଭାରତ ବାୟୋଟେକ୍ ଏବଂ ସେରମ୍ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ।

- Advertisement -

ଟିକା ବିକାଶ ଏବଂ ଉତ୍ପାଦନ ପ୍ରକ୍ରିୟାର ବିସ୍ତୃତ ସମୀକ୍ଷା କରିବା ପାଇଁ ନଭେମ୍ବର ୨୮ରେ ପୁଣେରେ ଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ନଭେମ୍ବର ୩୦ରେ ପ୍ରଧାନମନ୍ତ୍ରୀ ପୁଣେସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍, ହାଇଦ୍ରାବାଦ ସ୍ଥିତ ବାୟୋଲୋଜିକାଲ୍ ଇ ଲିମିଟେଡ୍ ଏବଂ ଡକ୍ଟର ରେଡ୍ଡିସ୍ ଲାବୋରେଟୋରୀ ଲିମିଟେଡ୍ ସହିତ ଭର୍ଚୁଆଲ୍ ମିଟିଂ କରିଥିଲେ। ଏହି ତିନି କମ୍ପାନୀ କୋଭିଡ-୧୯ ପାଇଁ ଟିକା ବିକାଶ ଏବଂ ଉତ୍ପାଦନ ଉପରେ କାର୍ଯ୍ୟ କରୁଛନ୍ତି।

ଇତି ମଧ୍ୟରେ ଭାରତ ବାୟୋଟେକ୍ ଗତକାଲି ଏହାର ସ୍ବଦେଶୀ ବିକଶିତ କୋଭିଡ-୧୯ ଟିକା ‘କୋଭାକ୍ସିନ୍’ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ ଇଣ୍ଡିଆରେ ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିଥିବା ବେଳେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆସ୍ତ୍ରାଜେନେକା ଦ୍ୱାରା ବିକଶିତ ଟିକା ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ ଆବେଦନ କରିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories