www.samajalive.in
Sunday, December 14, 2025
19.1 C
Bhubaneswar

ଶ୍ରୀଲଙ୍କାରେ  ୬  ଆଇଏସଆଇଏସ  ଆତଙ୍କବାଦୀ  ନିହତ

 

କଲମ୍ବୋ : ଶ୍ରୀଲଙ୍କାର ପୂର୍ବାଞ୍ଚଳ ନିନ୍ତାବୁର ପ୍ରଦେଶରେ ଆଇଏସଆଇଏସ  ଆତଙ୍କବାଦୀମାନଙ୍କ ଆଡ୍ଡାସ୍ତଳୀ ଉପରେ ନିରାପତ୍ତା ବାହିନୀ ଯବାନମାନଙ୍କ ଆକ୍ରମଣରେ ୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଶୁକ୍ରବାର ରାତିରେ ଏହି ଚଢ଼ଉ କରାଯାଇଥିଲା। ଦେଶର  ପ୍ରତିରକ୍ଷା ମୁଖପାତ୍ର ବ୍ରିଗେଡିୟର୍‍ ସୁମିତ୍‍ ଆଟ୍ଟାପଟୁ କହିଛନ୍ତି, ଦୁଇ ଜଣ ଆତଙ୍କବାଦୀଙ୍କର ଗୁଳିମାଡରେ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଆତଙ୍କବାଦୀଙ୍କର ବିସ୍ଫୋରଣରେ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ୬ ଜଣ ପିଲା ଓ ୩ ଜଣ ମହିଳାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପୂର୍ବରୁ ନିରାପତ୍ତା ବାହିନୀ ଜବାନମାନେ  ସାମନ୍ତୁରାଇ ଅଞ୍ଚଳରୁ ବହୁ ବିସ୍ଫୋରକ ପଦାର୍ଥ ଆଇଏସଆଇଏସ ପତାକା, ଆତ୍ମଘାତୀ ଆକ୍ରମଣ ପାଇଁ ବ୍ୟବହୃତ ସାମଗ୍ରୀ ଓ ସାମରିକ ପୋଷାକ ଉଦ୍ଧାର କରିଥିଲେ। ସମଗ୍ର ଦେଶରେ ଜବାନମାନେ ଖାନ୍‍ତଲାସୀ ଚଳାଇଛନ୍ତି । ଏହି ଚଢ଼ଉରେ ୨୦ ଜଣ ସନ୍ଦିଗ୍ଧ ଲୋକଙ୍କୁ ଗିରଫ କରାଯାଇଛି। ନିରାପତ୍ତା ପରିସ୍ଥିତି ଅସ୍ଥିର ରହିଛି ଓ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

- Advertisement -

ପ୍ରାୟ ୧୪୦ଜଣ ଆଇଏସ୍‍ ଆତଙ୍କବାଦୀ ଶ୍ରୀଲଙ୍କାରେ ଅଛନ୍ତି ଓ ସେମାନଙ୍କୁ ଧରିବା ପାଇଁ ନିରାପତ୍ତା ବାହିନୀ ଯବାନମାନେ ପ୍ରୟାସ ଚଳାଇଥିବା  ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଗତକାଲି ଜଣାଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories