www.samajalive.in
Saturday, December 6, 2025
26.1 C
Bhubaneswar

କୁମ୍ଭୀର ବଂଶ ବୃଦ୍ଧି ଉପରେ ଗୁରୁତ୍ୱ….. ସୁନାଖଣିଆରେ ଛଡାଗଲା ୬ଟି ଘଡିଆଳ କୁମ୍ଭୀର

ହରଭଙ୍ଗା : ସାତକୋଶିଆ ମହାନଦୀ ଗଣ୍ଡରେ ଘଡିଆଳ କୁମ୍ଭୀର ପ୍ରକଳ୍ପ ବିଫଳ ପରେ କୁମ୍ଭୀର  ବଂଶ ବୃଦ୍ଧି ଦିଗରେ ବନ୍ୟପ୍ରାଣୀ ବିଭାଗ ଯତ୍ନବାନ ହୋଇଛି। ଘଡିଆଳ କୁମ୍ଭୀର ପ୍ରଜନନ ସଂଖ୍ୟାକୁ ଦୃଷ୍ଟିରେ ରଖି ମଙ୍ଗଳବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଛଅଟି ଘଡିଆଳ କୁମ୍ଭୀର ଅଣାଯାଇ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ରେଞ୍ଜର ସୁନାଖଣିଆ ବିଟର ମହାନଦୀରେ ଛଡାଯାଇଥିବା ସୂଚନା ମିଳିଛି। ଏମାନଙ୍କ ଗତିବିଦ୍ଧି ଅନୁଧ୍ୟାନ ପାଇଁ ସବୁ ଘଡିଆଳଲାଞରେ ଭି.ଏଚ.ଏଫ ସଂଯୋଗ କରାଯାଇଛି। ଏଥିପାଇଁ ଦୁଇଜଣ ବିଶେଷଜ୍ଞଙ୍କୁ  ନିଯୁକ୍ତ କରାଯାଇଛି। ଛଅଟି ଘଡିଆଳ ମଧ୍ୟରେ ୩ଟି ପୁରୁଷ ଏବଂ ୩ଟି ମାଈ ଘଡିଆଳ ରହିଛି। ଏମାନଙ୍କ ଲମ୍ବ ୬ଫୁଟରୁ ଅଧିକ ରହିଥିବାବେଳେ ଗୋଟିଏର ଲମ୍ବ ୯ଫୁଟ ରହିଛି। ସମସ୍ତଙ୍କ ବୟସ ୪ବର୍ଷରୁ ଉର୍ଦ୍ଧ୍ବ ରହିଛି।

ସୂଚନାଯୋଗ୍ୟ ଯେ, ୧୫ ଫେବୃୟାରୀରେ ୨୦୧୯ରେ ସୁନାଖଣିଆରେ ଦୁଇଟି ମାଈ ଘଡିଆଳ ଛଡାଯାଇଥିଲା। ଏହାପୁର୍ବରୁ ମହାନଦୀରେ ଅନୁଗୁଳ ପଟୁ ୬ଟି ଏବଂ କୁଶଙ୍ଗ ପଟୁ ୬ଟି ମାଈ ଘଡିଆଳ ଛଡାଯାଇଥିଲା। ପୃଥକ ପୃଥକ ୪ଟି ପର୍ଯ୍ୟାୟରେ ସତକୋଶିଆ ମହାନଦୀରେ ୨୦ଟି ଘଡିଆଳ ଛଡାଯାଇଥିବା ସୂଚନା ମିଳିଛି। ଗତବର୍ଷ କୁମ୍ଭୀର ଗଣନାରୁ ସାତକୋଶିଆରେ ୧୩ଟି ଘଡିଆଳ ରହିଥିବା ସୂଚନା ମିଳିଛି। ଗତକାଲି କୁମ୍ଭୀର ଛାଡିବା ସମୟରେ ସେଠାରେ ମୁଖ୍ୟ ବନ୍ୟପ୍ରାଣୀ ବନସଂରକ୍ଷକ ହରିଶଙ୍କର ଉପାଧ୍ୟୟ,ସହକାରୀ ବନ୍ୟପ୍ରାଣି ସଂରକ୍ଷକ ଶଶିପଲ୍ଲ,ଅନୁଗୁଳ ଆର.ସି.ସି.ଏଫ ଡ.ପ୍ରଦୀପରାଜ କରାଟ,ସାତକୋଶିଆ ଡି.ଏଫ.ଓ ରାମାଶ୍ୱାମୀ .ପି,ନୟାଗଡ  ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍ଗାତା,ଆଠଗଡ ବନଖଣ୍ଡ ଅଧିକାରୀ ଯାଦବ ସୁଦର୍ଶନ ଗୋପିନାଥ,ବୌଦ୍ଧ ଡି.ଏଫ.ଓ ଯଶୋବନ୍ତ ସେଠି, ନନ୍ଦନକାନରୁ ଆସିଥିବା ପରାମର୍ଶଦାତା ସଦର୍ଶନ ମହାରଣା,ବାୟୌାଲୋଜିଷ୍ଟ ଡ.ରାଜେଶ,କୁଶଙ୍ଗ   ରେଞ ଅଫିସର ପ୍ରଦୀପ ଭୂତିଆ, ପୁରୁଣାକଟକ ରେଞ୍ଜ ଅଫିସର ନିହାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories