www.samajalive.in
Monday, December 15, 2025
26.1 C
Bhubaneswar

ଆସିଲା ‘ସିତାରେ ଜମିନ ପର’ ଟ୍ରେଲର, କୋଚ୍ ସାଜିଲେ ଆମିର ଖାନ୍

ମୁମ୍ବାଇ : ଆମିର ଖାନଙ୍କ ଫିଲ୍ମ ‘ସିତାରେ ଜମିନ ପର’ ୧୮ ବର୍ଷ ପରେ ପୁଣି ପୁରୁଣା ଜାଦୁ ନେଇ ଫେରୁଛି ଯାହା ‘ତାରେ ଜମିନ ପର’ରେ ନଜର ଆସିଥିଲା । ଏହି ଫିଲ୍ମ ଆପଣଙ୍କୁ ଭାବୁକ କରିବା ସହିତ ହସର ମଧ୍ୟ ଖୋରାକ ଯୋଗାଇବ ।

ଆମିର ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ସିତାରେ ଜମିନ ପରର ଟ୍ରେଲର ରିଲିଜ୍ ହୋଇଯାଇଛି । ୨୦୦୭ ମସିହାରେ ଆସିଥିବା ତାରେ ଜମିନ ପରର ଏହା ସ୍ପିରିଚୁଆଲ ସିକ୍ବେଲ । ଫିଲ୍ମର ଟ୍ୟାଗ୍ ଲାଇନ୍ ହେଉଛି ‘ସବକା ଅପନା ଅପନା ନର୍ମାଲ’ । ଏହି ଲାଇନରେ ସମସ୍ତଙ୍କୁ ଏକାଠି ନେଇ ସାଙ୍ଗରେ ଚାଲିବାକୁ ସନ୍ଦେଶ ଦିଆଯାଇଛି । ଏହା ନିଶ୍ଚୟ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ଛାପ ଛାଡିବ ।

- Advertisement -

ଫିଲ୍ମରେ ବାସ୍କେଟବଲ ଖେଳ ନଜର ଆସୁଛି । ଆମିର ଖାନ୍ କୋଚ୍ ଭାବେ କିଛି ଖେଳାଳୀଙ୍କୁ ବାସ୍କେଟ ବଲ ଟ୍ରେନିଂ ଦେଉଛନ୍ତି । ଏହି ଟିମକୁ ବିଜୟ ଲାଭ ପାଇଁ ଅନେକ ପରିଶ୍ରମ କରିବାକୁ ପଡୁଛି । ତେବେ ଏହି ଟିମ୍ ଜିତୁଛି କି ନାହିଁ ତାହା ସିନେମା ମୁକ୍ତିଲାଭ କରିବା ପରେ ହିଁ ଜଣାପଡିବ । ଫିଲ୍ମରେ ଜେନେଲିଆ ଦେଶମୁଖ ଆମିର ଖାନଙ୍କ  ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ୨୦ ଜୁନରେ ରିଲିଜ ହେବ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories