କୁଆଲାଲମ୍ପୁର: ଦୀର୍ଘ ୧୯ ବର୍ଷ ପରେ ସିଙ୍ଗାପୁରରେ ଜଣେ ମହିଳାଙ୍କୁ ଫାଶୀ ଦିଆଯାଇଛି। ଏହା ବିରୋଧରେ ସାମାଜିକ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଆସନ୍ତା ସପ୍ତାହରେ ସରକାର ଆଉ ଜଣଙ୍କୁ ଫାଶୀ ଦେବା ଯୋଜନା ଚଳାଇଛନ୍ତି। ସୂଚନାନୁଯାୟୀ, ୨୦୧୮ରେ ମାତ୍ର ୩୧ଗ୍ରାମ ହେରୋଇନ୍ ଚାଲାଣ କରୁଥିବା ବେଳେ ଧରାପଡ଼ିଥିବା ୪୫ବର୍ଷୀୟା ସାରିଦେବୀ ଜମାନୀଙ୍କୁ ଶୁକ୍ରବାର ଫାଶୀ ଦିଆଯାଇଛି। ଏତିକି ହେରୋଇନ୍ ୩୭୦ ଜଣଙ୍କୁ ନିଶାଗ୍ରସ୍ତ କରିବାର ଆଶଙ୍କା ଥିବାରୁ ବିଚାରପତି ସାରିଦେବୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ନିଶାଦ୍ରବ୍ୟ କାରବାର ବିରୋଧରେ ସରକାର କଠୋର ଦଣ୍ଡ ବ୍ୟବସ୍ଥା କରିଥିବାରୁ ସମାନ ଅପରାଧରେ ଆସନ୍ତା ସପ୍ତାହରେ ଆଉ ଜଣେ ମହିଳାଙ୍କୁ ଫାଶୀ ଦିଆଯିବାର ସମସ୍ତ ବନ୍ଦୋବସ୍ତ ହୋଇଛି। ନିକଟରେ ଜଣେ ଭାରତୀୟ ଯୁବକଙ୍କୁ ଏହି ଅପରାଧରେ ଫାଶୀ ଦିଆଯାଇଥିଲା। ସାମାଜିକ କର୍ମୀମାନେ ମାଦକ ଦ୍ରବ୍ୟ କାରବାର ପାଇଁ ଫାଶୀ ଦଣ୍ଡ ନ ଦେବାକୁ ଦାବି କରୁଛନ୍ତି।
Popular Categories



