ଋଣ ସୁଝି ନ ପାରିବାରୁ ସମ୍ପତ୍ତି ସହ ପେଟ୍ରୋଲ ପମ୍ପକୁ ନିଜ ଅଧୀନକୁ ନେଲା ୟୁନିୟନ ବ୍ୟାଙ୍କ
ସିମୂଳିଆ: ଋଣ ନେଇ ପରିଶୋଧ କରି ନ ପାରିବାରୁ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମ୍ପତ୍ତି ସହ ପେଟ୍ରୋଲ ପମ୍ପକୁ ୟୁନିୟନ ବ୍ୟାଙ୍କ ନିଜ ଅଧୀନକୁ ନେଲା। ସୂଚନାରୁ ପ୍ରକାଶ ୟୁନିଅନ ବ୍ୟାଙ୍କ ଭଦ୍ରକ ଶାଖା ଦ୍ୱାରା ମୁଖ୍ୟ ନ୍ୟାୟିକ ବିଚାରପତି, ବାଲେଶ୍ୱରଙ୍କ ଆଦେଶ କ୍ରମେ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ବାରିକ, ମୁଖ୍ୟ ପରିଚାଳକ ସତ୍ୟପିର ଦାସ,ବରିଷ୍ଠ ପ୍ରବନ୍ଧକ ବି. କେ ପ୍ରଧାନ, ସିମୁଳିଆ ଥାନାଧିକାରିଣୀ ସ୍ଵର୍ଣ୍ଣଲତା ମିଞ୍ଜ, ପୋଲିସ ଟିମ ଏବଂ ବ୍ୟାଙ୍କ ଏନ୍ଫୋର୍ସମେଣ୍ଟ ଟିମ ବି. ବି. ଏଣ୍ଟରପ୍ରାଇଜେସ, ଭୁବନେଶ୍ୱରର ମୁଖ୍ୟ ପ୍ରିୟମ୍ବଦା ଦାଶ, ଅରୁଣ ପ୍ରକାଶ ବେହେରାଙ୍କ ଉପସ୍ଥିତିରେ ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣା ଠାରେ ଅବସ୍ଥିତ ବିହାରୀ ଫିଲିଙ୍ଗ ଷ୍ଟେସନକୁ ଋଣ ଅର୍ଥ ଅନାଦେୟ ହେତୁ ଆଜି ଜବତ କରାଯାଇଥିଲା ।
ସୂଚନା ଥାଉକି ଭଦ୍ରକ ପୁରୁଣା ବଜାରର ପୱନ କୁମାର ବାଗାଡ଼ିଆ ଜମି ବନ୍ଧକ ରଖି ୟୁନିଅନ ବ୍ୟାଙ୍କ, ଭଦ୍ରକ ଶାଖାରୁ ଏକ କୋଟି ପଇଁତିରିଶ ଲକ୍ଷ୍ୟ ଋଣ ନେଇଥିଲେ । ଋଣ ଅନାଦେୟ ହେତୁ ବ୍ୟାଙ୍କ ବିଭିନ୍ନ ସମୟରେ ନୋଟିସ ପଠାଇଥିଲା ମଧ୍ୟ ଋଣ ପରିଶୋଧ କରି ନଥିଲେ । ତେଣୁ ବ୍ୟାଙ୍କ ବାଲେଶ୍ୱର ନ୍ୟାୟାଳୟରେ ବନ୍ଧକ ସମ୍ପତ୍ତିକୁ ଜବତ କରିବା ପାଇଁ ଆବେଦନ କରିଥିଲା । ଫଳରେ ଆଜି ଅଧିକାରୀଙ୍କ ଉପସ୍ଥିତିରେ ସମ୍ପତ୍ତି ସମେତ ପେଟ୍ରୋଲ ପମ୍ପ ବ୍ୟାଙ୍କ ନିଜ ଅଧୀନକୁ ନେଇଥିଲା ।
Comments are closed.