www.samajalive.in
Saturday, December 6, 2025
23.1 C
Bhubaneswar

ବାସ୍‌‌ ୩ଟି ସରଳ ଉପାୟରେ ଦୂର ହେବ ହଜମ ସମସ୍ୟା..

ସୁସ୍ଥ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକ। ଭୁଲ ଖାଦ୍ୟପେୟ ଓ ଜୀବନଶୈଳୀ କାରଣରୁ ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଏହାସହ ହଜମ ଶକ୍ତି ଧିରେ ଧିରେ ଦୁର୍ବଳ ହେବାକୁ ଆରମ୍ଭ କରିଥାଏ। ହଜମ କ୍ରିୟା ସଠିକ ଭାବେ କାର୍ଯ୍ୟ ନକରିବା ଦ୍ୱାରା ଅନେକ ସମସ୍ୟା ହୋଇଥାଏ। ଏଭଳି କେତେକ ପାନୀୟ ରହିଛି, ଯାହାକୁ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ।

ମେଥି ପାଣି – ମେଥି ଦାନାରେ ଭିଟାମିନ ସି, ଫାଇବର, ମାଗ୍ନେସିୟମ, କ୍ୟାଲସିୟମ ଓ ଆଇରନ ଭଳି ପୋଷକ ତତ୍ତ୍ୱ ରହିଛି। ମେଥି ପାଣି ସେବନ ଦ୍ୱାରା ଶରୀରରୁ ଅଦରକାରୀ ପଦାର୍ଥ ନିର୍ଗତ କରିବାରେ ସହାୟକ ହୋଇଥାଏ। ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଏଥିପାଇଁ ଏକ ଗ୍ଲାସ ପାଣିରେ ଅଳ୍ପ ମେଥି ଦାନା ପକାଇ ଏହାକୁ ଫୁଟାନ୍ତୁ। ଏହାକୁ ପିଅନ୍ତୁ। ଏହାଦ୍ୱାରା ବଦହଜମି ସମସ୍ୟା ଦୂର ହୋଇଥାଏ।

- Advertisement -

ଅଦା ଓ ଗୋଲମରିଚର ପାଣି ପିଇବା ପାଚନ ତନ୍ତ୍ର ପାଇଁ ବେଶ ଲାଭଦାୟକ ହୋଇଥାଏ। ଅଦାରେ ଆଣ୍ଟି-ଇଫ୍ଲେମେଟରୀ ଗୁଣ ରହିଛି। ଯାହା ପାଚନ ଜନିତ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ଏହା ଏସିଡିଟି ଓ ବଦହଜମି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।ଅଦାରେ ଓ ଗୋଲମରିଚ ଚା’ରେ ସାମାନ୍ୟ ମହୁ ମଧ୍ୟ ମିଶାଇ ପାରିବେ। ଏହାର ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ହଜମ ଶକ୍ତିକୁ ଶକ୍ତିଶାଳୀ କରିବା ପାଇଁ ସକାଳେ ଖାଲି ପେଟରେ ପାନମଧୁରୀ ପାଣି ପିଇପାରିବେ। ପାନମଧୁରୀରେ ଫାଇବର, ଜିଙ୍କ,ଆଇରନ ଓ ପୋଟାସିୟମ ଭଳି ପୋଷକ ତତ୍ତ୍ୱ ରହିଛି। ପାନମଧୁରୀ ଖାଦ୍ୟକୁ ଭଲ ଭାବେ ହଜମ କରିବାରେ ସହାୟକ ହୋଇଥାଏ। ପାନମଧୁରୀ ପାଣି ପିଇବା ଦ୍ୱାରା ଏସିଡିଟି, ବାନ୍ତି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories