www.samajalive.in
Saturday, December 6, 2025
19.1 C
Bhubaneswar

ଏହି ଫେସ୍‌‌ ପ୍ୟାକ୍‌‌ରେ ହୀରା ଭଳି ଚମକିବ ତ୍ୱଚା

ଆଳୁରେ ଜିଙ୍କ୍‌‌, ଆଇରନ, ପ୍ରୋଟିନ ସହ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ଏହା ତ୍ୱଚାରୁ ଦାଗ ଦୂର କରି ତ୍ୱଚାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ।
ତ୍ୱଚାରୁ ବିଭିନ୍ନ ପ୍ରକାର ଦାଗ,କୁଞ୍ଚନ,ବ୍ରଣ ଦାଗ,ଟାନିଙ୍ଗ୍‌‌ ଦୂର ପାଇଁ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ..
ଆଳୁ ରସରେ ଏଲୋବେରା ଜେଲ୍‌‌, ଭିଟାମିନ୍‌‌ ଇ ପକାଇ ଏହାକୁ ଭଲ ଭାବେ ମିଶାଇ ମୁହଁରେ ଲଗାନ୍ତୁ। ଏହି ପ୍ୟାକ୍‌‌କୁ ଲଗାଇବା ଦ୍ୱାରା ତ୍ୱଚାରୁ କୁଞ୍ଚନ ଓ ଅନେକ ସମସ୍ୟା ଦୂର ହୋଇଥାଏ।
ଏକ ଚାମଚ ଆଳୁ ରସରେ ମହୁ ଓ କଞ୍ଚା କ୍ଷୀର ମିଶାନ୍ତୁ। ଏଥିରେ ଗ୍ଲିସରିନ୍‌‌ ମଧ୍ୟ ମିଶାନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ। ଏହା ତ୍ୱଚାକୁ ଭଲ ଭାବେ ସଫା କରିବା ସହ ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ କୁଞ୍ଚନ ଦୂର କରିଥାଏ।
ଆଳୁ ରସରେ ସାମାନ୍ୟ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ। ଏହା ତ୍ୱଚାରେ ଥିବା ଦାଗକୁ ଦୂର କରିଥାଏ।
ଏକ ଚାମଚ ଆଳୁ ରସରେ ଟମାଟୋ ରସ ମିଶାନ୍ତୁ। ଏହି ପ୍ୟାକ୍‌‌କୁ ଲଗାଇବା ଦ୍ୱାରା ତ୍ୱଚାକୁ ତୁରନ୍ତ ଚମକାଇବା ସହ କୋମଳ ରଖିଥାଏ।
ଆଳୁ ରସରେ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ। ସପ୍ତାହକୁ ୨ଥର ମୁହଁରେ ଲଗାଇଲେ ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories