www.samajalive.in
Monday, December 15, 2025
26.1 C
Bhubaneswar

ଶିମିଳିପାଳରେ ଜନ୍ତୁ ଶିକାର

ବାରିପଦା/ଶୁକୃଳି: ମୟୂରଭଞ୍ଜ ଜିଲାର ଜୀବନରେଖା କୁହାଯାଉଥିବା ଶିମିଳିପାଳ ଅଭୟାରଣ୍ୟରେ ୨/୩ ଦିନ ​ହେବ ନିଆଁ ଲାଗିଛି । ଫଳରେ ଶିମିଳିପାଳର ବନ୍ୟଜନ୍ତୁଙ୍କ ପ୍ରତି ବିପଦ ଦେଖାଦେଇଛି। ଶିମିଳିପାଳ ପାଦଦେଶରେ ଥିବା ବିଭିନ୍ନ ଛୋଟମୋଟ ଜଙ୍ଗଲ ସହିତ ଆଜି ଚହଲା ଏବଂ ତାଳବନ୍ଧ ରେଞ୍ଜ ଅଞ୍ଚଳର ୭ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି। ତେଣେ ନିଆଁକୁ ଆୟତ୍ତ କରିବା ପାଇଁ ବନ କର୍ମଚାରୀ ନାକେଦମ ହେଲେଣି । ନିଆଁ ଲାଗିବା ଫଳରେ ବ୍ୟାପକ ଜଙ୍ଗଲ ପୋଡି ଯାଇଥିବା ଦେଖିବାକୁ ମିଳିଛି । ନିଆଁ ଲାଗିବା ଦ୍ୱାରା ବହୁ ଔଷଧୀୟ ବୃକ୍ଷ ନଷ୍ଟ ​‌ହେବା ସହିତ ବହୁ କୀଟପତଙ୍ଗ ମଧ୍ୟ ପୋଡି ନଷ୍ଟ ହୋଇ ଯାଉଛନ୍ତି । ତେବେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ନଅଣା ଉତ୍ତର ରେଞ୍ଜରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଉଥିବା ସମୟରେ ବନବିଭାଗ କର୍ମଚାରୀ ୫ ଜଣଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ୬ଟି ଧନୁତୀର, ୪ଟି କୁରାଢ଼ୀ ଓ ୨ଟି ଦିଆସିଲି ବାକ୍ସ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories