ସିଲିଦା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ପାୱାର ହିଟଲର ଚାମ୍ପିଅନ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ସିଲିଦା ଆଦର୍ଶ ଗ୍ରାମରେ ସ୍ଥାନୀୟ ଖେଳ ପଡ଼ିଆରେ ପାୱାର ହିଟଲର ୟୁଥ କ୍ଲବ ଆନୁକୂଲ୍ୟରେ ଦୁଇ ଦିନ ଧରି ଚାଲିଥିବା ପଞ୍ଚମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏଥିରେ ୮ଟି ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ ପାୱାର ହିଟଲର ସିଲିଦା ଓ ଲକ୍ଷ୍ମୀପଶି ମଧ୍ୟରେ ଖେଳାଯାଇଥିଲା। ଏଥିରେ ପାଓ୍ବାର ହିଟଲର ଦଳ ଚାମ୍ପିଅନ ହୋଇଛି। ପାଓ୍ବାର ହିଟଲର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୧୪୧ ରନ୍ ସଂଗ୍ରହ କରିଥିଲା। ପରେ ଲକ୍ଷ୍ମୀପଶି ଦଳ ୮୮ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଅମ୍ପାୟାର ଭାବେ ଚିକୁ ବାରିକ ଓ ସୁର ବାରିକ ଖେଳ ପରିଚାଳନା କରିଥିଲେ। ଆକାଶ ପରିଡା, ବିକୁନ ସେଠୀ, ଓଡ଼ିଆରେ ଧାରା ବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ସମାଜସେବୀ ଡମ୍ବୁରୁ ଗାରଡ଼ିଆ ଓ ରତନ ଗାରଡ଼ିଆ ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ମିଞ୍ଜା ଭିତିରିଆ, ନୁନୁ ଗାରଡ଼ିଆ,ଟୁକୁ ବାରିକ ଯୋଗଦେଇ ଚାମ୍ପିଅନ ଦଳକୁ ପୁରସ୍କୃତ କରିଥିଲେ।
Comments are closed.