www.samajalive.in
Friday, December 5, 2025
20.1 C
Bhubaneswar

ଉତ୍କଟ ନିଶାଦ୍ରବ୍ୟ ମାମଲାରେ ସିଦ୍ଧାର୍ଥ ପିଠାନି ଗିରଫ

ମୁମ୍ବଇ: ବଲିଉଡରେ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ସିଦ୍ଧାର୍ଥ ପିଠାନିଙ୍କୁ ଗିରଫ କରିଛି। ଗତବର୍ଷ ମୃତ୍ୟୁ ଘଟିଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହିତ ସଂପୃକ୍ତ ଏକ ଡ୍ରଗ୍ସ ମାମଲାରେ ସିଦ୍ଧାର୍ଥଙ୍କୁ ଗିରଫ କରାଯାଇଛି। ସୁଶାନ୍ତଙ୍କ ବନ୍ଧୁ ଭାବରେ ପରିଚିତ ଥିବା ସିଦ୍ଧାର୍ଥ ପିଠାନି ୨୦୧୯ ଏପ୍ରିଲରୁ ୨୦୨୦ ଜୁନ୍‍ ପର୍ଯ୍ୟନ୍ତ ସୁଶାନ୍ତଙ୍କ ସହିତ ତାଙ୍କ ଫ୍ଲାଟରେ ରହୁଥିଲେ ଏବଂ ସୁଶାନ୍ତଙ୍କ କ୍ରିଏଟିଭ ମ୍ୟାନେଜର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କୁ ହାଇଦରାବାଦରେ ଗିରଫ କରାଯାଇଛି। ସୂଚନଯୋଗ୍ୟ ଯେ ସୁଶାନ୍ତଙ୍କ ମୃତ ଶରୀର ଝୁଲନ୍ତା ଅବସ୍ଥାରେ ତାଙ୍କ ବାସଭବନରେ ୨୦୨୦ ଜୁନ୍‍ ୧୪ ତାରିଖରେ ଠାବ କରାଯିବା ସମୟରେ ସେଠାରେ ଉପସ୍ଥିତ ଥିବା ଚାରିଜଣଙ୍କ ମଧ୍ୟରେ ସିଦ୍ଧାର୍ଥ ମଧ୍ୟ ରହିଥିଲେ। ପୂର୍ବରୁ ତାଙ୍କୁ ସିବିଆଇ ଏବଂ ମୁମ୍ବଇ ପୁଲିସ ଏକାଧିକ ଥର ଜେରା କରିସାରିଛି।

ସୂଚନାଯୋଗ୍ୟ ଯେ ସିଦ୍ଧାର୍ଥ ପିଠାନି ନିଜକୁ ଜଣେ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା ଭାବେ କହନ୍ତି। ଜଣେ ଆଇଟି ବୃତ୍ତିଧାରୀ ହୋଇଥିବା ସିଦ୍ଧାର୍ଥ ବିଭିନ୍ନ ନ୍ୟୁଜ ଚାନେଲ ନିକଟରେ ସୁଶାନ୍ତଙ୍କ ଜୀବନର ଶେଷ ମୁହୂର୍ତ୍ତ ସର୍ମ୍ପକରେ ଅନେକ କିଛି କହିସାରିଛନ୍ତି ଏବଂ ସେ ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ସୁଶାନ୍ତଙ୍କ ନିକଟରୁ ବହୁ ଅର୍ଥ ନେଇଯାଇଥିବା ଅଭିଯୋଗ ମଧ୍ୟ କରିଛନ୍ତି। ଏହା ସୁଶାନ୍ତଙ୍କ ମୃତ୍ୟୁର ଏକ କାରଣ ହୋଇଥାଇପାରେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଇତିମଧ୍ୟରେ ଡ୍ରଗ୍ସ ମାମଲାରେ ରିଆ, ତାଙ୍କ ଭାଇ ସୋବିକ ଏବଂ ଅନ୍ୟମାନଙ୍କ ନାମରେ ଅଭିଯୋଗ ଅଣାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories