www.samajalive.in
Saturday, December 6, 2025
19.1 C
Bhubaneswar

ଚଳନ୍ତା ଟ୍ରକରେ ପାହାଡରୁ ଖସିଲା ବିରାଟ ପଥର ; ବଞ୍ଚିଗଲା ଜୀବନ, ଛାତି ଥରାଇବ ଭିଡିଓ

ପେରୁ :ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ସଭିଏଁ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ସେଭଳି ଏକ ଭିଡିଓ ଏବେ ବେଶ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି, ୨ଟି ଟ୍ରକ ଯେତେବେଳେ ପାହାଡ ରାସ୍ତାରେ ଯାଉଥିବା ସମୟରେ ସେହି ସମୟରେ ଏକ ବଡ ପଥର ଚଳନ୍ତା ଗାଡି ପରେ ଖସିପଡୁଛି। ଭିଡିଓରେ ଦେଖାଯାଉଛି, ପାହାଡ ନିକଟରେ ଏକ ବଡ ପଥର ଖସିବା ପରେ ଟ୍ରକର ଚକ ଗୁଡିକ ବାହାରି ଯାଇଥିଲା। ପଥରଟି ଏକ କାର୍‌‌ ଆକାରର। ମାତ୍ର ଏହି ଭୟାବହ ଘଟଣା ପରେ ମଧ୍ୟ କୌଣସି ଲୋକଙ୍କ ମୃତ୍ୟୁ ହୋଇ ନାହିଁ। ଏହା କୌଣସି ଚମତ୍କାରରୁ କମ୍‌‌ ନୁହେଁ। ଏହି ଭିଡିଓକୁ ଦେଖିଲେ ଛାତି ଥରି ଉଠିବ। ଏହି ଘଟଣା ପେରୁ ଅଞ୍ଚଳର ବୋଲି ଜଣାପଡିଛି।
ରିପୋର୍ଟ ଅନୁଯାୟୀ, ଶନିବାର ସେନ ମେଟୋର ହୁଆଞ୍ଚୋରରେ ହୋଇଥିବା ଏହି ଭୂସ୍ଖଳନରେ ୨ଟି ବାଣିଜ୍ୟିକ ଟ୍ରକର ଚାଳକ ମାନେ ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାତ୍ର କେନ୍ଦ୍ରୀୟ ରାଜପଥର ଏକ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପଥର ଏତେ ଭାରୀ ଥିଲା ଯେ ରାସ୍ତାରେ ଏକ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା। ସେନ ମେଟୋର ଅଞ୍ଚଳରେ ଗତ କିଛି ଦିନ ହେବ ବର୍ଷା ହେଉଛି। ଏହି ଅଞ୍ଚଳରେ ଭୂସ୍ଖଳନ ଓ ପାହାଡରୁ ପଥର ଖସିବା ଅନେକ ଘଟଣା ବାରମ୍ବାର ସାମ୍ନାକୁ ଆସିଥାଏ।


ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ,କାର ଆକାର ଏକ ପଥର ସିଧାସଳଖ ଟ୍ରକ୍ ଉପରେ ଖସି ପଡୁଛି। ଏହା ପରେ ଟ୍ରକର ଚକଗୁଡ଼ିକ ବାହାରି ଯିବା ସହ ଗାଡିଟି ଅନେକ ଉଚ୍ଚକୁ ଉଠି ଯାଉଛି। ଯେଉଁ କାର୍‌‌ ଏହାର ଫୁଟେଜ୍ କଏଦ କରିଥିଲା, ସେହି କାରଟି ମଧ୍ୟ ଏହି ଅଘଟଣରୁ ବର୍ତ୍ତି ଯାଇଥିଲା।
ରିପୋର୍ଟ ଅନୁଯାୟୀ, ଏହି ସମସ୍ତ ସ୍ଥାନରେ ପ୍ରବଳ ବର୍ଷା ଭୂସ୍ଖଳନର କାରଣ ବୋଲି କୁହାଯାଏ। ଏକ ବର୍ଷରୁ ଅଧିକ ସମୟ ପୂର୍ବରୁ ଲଗାତାର ବର୍ଷା ପରେ ଏଠାରେ ଭୂସ୍ଖଳନ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories