କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ
ଜି.ଉଦୟଗିରି: ରାଇକିଆ ବ୍ଳକରେ ଦିନକୁ ଦିନ କରୋନା ସଂକ୍ରମିତ ସଂଖ୍ୟା ବଢୁଥିବା ବେଳେ କିଛି ଅମାନିଆ କୋଭିଡ-୧୯ ନିୟମ ଉଲ୍ଲଂଘନ କରି ତଣ୍ଡ ଗଣୁଥିବା ଦେଖିବାକୁ ମିଳୁଛି। ଆଜି ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଏକ ଦୋକାନ ସିଲ ହୋଇଥିବା ଜଣାପଡିଛି। ରାଇକିଆ ପ୍ରଶାସନ ପକ୍ଷରୁ ବାରମ୍ବାର ଡାକବାଜୀ ଯନ୍ତ୍ର ଯୋଗେ ସଚେତନ କରୁଥିବା ବେଳେ ବେରେଡାକିଆ ଅଞ୍ଚଳର ଏକ କିରାଣା ଦୋକାନ ସମ୍ମୁଖରେ ବାଉଁଶ ବାନ୍ଧି ନଥିବା, ଗୋଲେଇ କରିନଥିବା ଏବଂ ଲୋକ ଗହଳି କରିଥିବା ଯୋଗୁଁ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆ, ଅତିରିକ୍ତ ତହସିଲଦାର ଅକ୍ଷୟ ପାଣୀ ଟୁଡୁ, ଥାନା ଅଧିକାରୀ ତରୁଣ ତପନ ବେହେରା ପହଞ୍ଚି ଦୋକାନକୁ ସିଲ କରିଥିବା ଜଣାପଡିଛି।
Comments are closed.