www.samajalive.in
Sunday, December 7, 2025
14.1 C
Bhubaneswar

ସମଲେଶ୍ୱରୀ ବିହାରରେ ଶୋକସଭା

ବରପାଲି: ବରପାଲି ଟିଙ୍ଗିପାଲି ସମଲେଶ୍ୱରୀ ବିହାର ପରିସରରେ ବିଶିଷ୍ଟ ପ୍ରଶାସକ ରଙ୍ଗାଧର ପଣ୍ଡାଙ୍କ ବିୟୋଗରେ ଫାର୍ମାସି କଲେଜ ଓ ସମଲେଶ୍ୱରୀ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ନିରାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ପୁର୍ବାହ୍ନ ସମୟରେ ପୁର୍ବତନ ବିଧାୟକ ରାଜିବ ଲୋଚନ ହୋତାଙ୍କ ଅଧ୍ୟକ୍ଷତାରେ କାର୍ୟ୍ୟକ୍ରମଟି ପରିଚାଳିତ ହୋଇଥିଲା। ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ଅଧ୍ୟକ୍ଷ ବିକାଶ କୁମାର ସେନ ସ୍ୱାଗତ ସହ ସ୍ମୃତିସଭା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ସାଇନ୍ସ କଲେଜ ପରିଚାଳନା ସଭାପତି ନାରାୟଣ ପ୍ରଧାନ, ସଂପାଦକ ଦାମୋଦର ସାହୁ, ଫାର୍ମାସି କଲେଜ ପରିଚାଳନା ଉପସଭାପତି ସିମାଞ୍ଚଳ ମେହେର ଓ ନିର୍ଦେଶକ ଡ଼. ରଞ୍ଜନ ସାହୁ ପ୍ରମୁଖଙ୍କ ସହ ଅଧ୍ୟାପକ ଆଶୁତୋଷ ମେହେର,ସନ୍ତୋଷ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ରଙ୍ଗାଧର ବାବୁଙ୍କ ଜିବନଶୈଳି,ବ୍ୟକ୍ତିତ୍ୱ ସହ ପ୍ରଶାସନିକ କାର୍ୟ୍ୟଦକ୍ଷତା ଓ ମାନବିୟ ଗୁଣ, ଲୋକସେବା ସମ୍ପର୍କିତ ବିଷୟକୁ ନେଇ ଆଲୋଚନା କରାଯାଇଥିଲା। ସଭକାର୍ୟ୍ୟ ପ୍ରାରମ୍ଭରୁ ଅତିଥିମାନଙ୍କ ସହ ମହାବିଦ୍ୟାଳୟ ଦ୍ୱୟର କର୍ମଚାରୀ ତଥା ଉପସ୍ଥିତ କଳାକାର, କବି, କମିଟି ସଦସ୍ୟ ମଣ୍ଡଳିଙ୍କ ଦ୍ୱାରା ସର୍ଗତଃ ରଙ୍ଗାଧର ବାବୁଙ୍କ ପ୍ରତିଛବିରେ ପୁଷ୍ପମାଳ ଅର୍ପଣ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories