www.samajalive.in
Monday, December 8, 2025
24.1 C
Bhubaneswar

ସାନିଆଙ୍କୁ ଛାଡପତ୍ର ଦେବା ଚର୍ଚ୍ଚା ଭିତରେ ପୁଣି ବିବାହ କଲେ ସୋଏବ

ଡେସ୍କ: ପାକିସ୍ତାନୀ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ ପୁଣି ଥରେ ବିବାହ କରିଛନ୍ତି। ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେବା ଚର୍ଚ୍ଚା ଭିତରେ ପୁଣି ବିବାହ କରିଥିବା ନେଇ ସୋଏବ ନିଜେ ସୂଚନା ଦେଇଛନ୍ତି। ବିବାହର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏହି ପାକିସ୍ତାନୀ ଖେଳାଳି। ସୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାବେଦଙ୍କୁ ବିବାହ କରିଛନ୍ତି। ସନାଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ। ସନା ଜାବେଦ ୨୦୨୦ରେ ଉମାୟର ଜସୱାଲଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ସମ୍ପର୍କ ଠିକ୍‍ ଚାଲିନଥିବାରୁ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇଥିଲେ ସନା।

ବୁଧବାର ସାନିଆ ମିର୍ଜା ସୋସିଆଲ ମିଡ଼ିଆରେ ଏଭଳି ଏକ ପୋଷ୍ଟ କରିଥିଲେ ଯେଉଁଥିରୁ ଜଣାପଡିଥିଲା ତାଙ୍କର ଛାଡପତ୍ର ଖବର ସତ୍ୟ। ସାନିଆ ଲେଖିଥିଲେ ଯେ ବିବାହ କଷ୍ଟକର, ଛାଡପତ୍ର ବି କଷ୍ଟକର। ଜୀବନ କେବେବି ସହଜ ନୁହେଁ। ସବୁବବେଳେ କଷ୍ଟକର ରହିବ। କିନ୍ତୁ ଆମକୁ ସବୁବେଳେ ଚେଷ୍ଟା କରି ବଞ୍ଚିବାକୁ ପଡିବ। ସୋଏବ ପ୍ରଥମେ ୨୦୦୨ରେ ଆୟେଶା ସିଦ୍ଦିକିଙ୍କୁ ବିବାହ କରିଥିଲେ। ତାଙ୍କୁ ଛାଡ଼ପତ୍ର ଦେବା ପରେ ୨୦୧୦ରେ ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories