ମାଲେସିଆ ଜାହାଜରୁ ପୁଣି ତେଲ କଢ଼ା ଆରମ୍ଭ
ଚିଲିକା: ଚିଲିକାର ରାଜହଂସ ନିକଟରେ ଫସି ରହିଥିବା ମାଲେସିଆ ଜାହାଜର କଣ୍ଟେନରରୁ ରବିବାର ଠାରୁ ପୁଣି ତେଲ କଢ଼ା ଆରମ୍ଭ ହୋଇଛି । ଗତ ମଙ୍ଗଳବାର ରାତିରୁ ତେଲ କଢ଼ା ଆରମ୍ଭ ହୋଇଥିଲା । ବୁଧବାର ତେଲ କଢ଼ାହେଲା ପରେ ଏହା ବନ୍ଦ ରହିଥିଲା । ତେବେ ଆଜିଠାରୁ ପୁଣି ତେଲ କଢ଼ା ପ୍ରକ୍ରିୟା ଆରମ୍ଭ ହୋଇଛି ।
ସୂଚନା ଆନୁଯାୟୀ, ଗତ ଅଗଷ୍ଟ ୭ ତାରିଖରେ ମାଲେସିଆର ଜାହାଜଟି ଯାନ୍ତ୍ରିକ ତୃଟିଯୋଗୁ ସମୁଦ୍ର ମଧ୍ୟରୁ ଆସି କୂଳରେ ଲାଗିଥିଲା। ଜାହାଜଟି କୂଳରେ ଫସି ରହିଥିବା କାରଣରୁ ଏଥିରୁ ତେଲ ଲିକ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। କାରଣ ସମୁଦ୍ରର ଢେଉ ମାଡରେ ଜାହାଜଟିର କଣ୍ଟେନରଟି ଓଲଟି ପଡିଥିଲା ଯାହା ଫଳରେ ଏଥିରେ ମହଜୁଦ ଥବା ୩୩ ହଜାର ଲିଟର ତେଲ ଲିକ ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା। ଏତେ ମାତ୍ରାରେ ତେଲ ଲିକ୍ ହେଲେ ଚିଲିକାର ଜୈବ ବିଭିଦତା ପ୍ରତି ଏହା ବଡ ବିପଦ ସୃଷ୍ଟି କରିବ। ଏନେଇ ଜଣା ପଡିବାପରେ ପ୍ରଶାସନ ସ୍ତରରେ ଜୋରସୋର ଉଦ୍ୟମ କରାଯାଇଥିଲା ଏବଂମାଲେସିଆ ଜହାଜ କତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଯାଇଥିଲା।
Comments are closed.