www.samajalive.in
Saturday, December 13, 2025
26.1 C
Bhubaneswar

କାଳ ହେଲା ନୂଆବର୍ଷ ପାଳନ; ଖାଇକୁ ଗାଡି ଓଲଟି ୨ ଛାତ୍ର ମୃତ ଓ ୪ ଆହତ

ନୂଆଦିଲ୍ଲୀ: ନୂଆବର୍ଷ ପାଳନ କିଛି ଲୋକଙ୍କ ପାଇଁ ମହଙ୍ଗା ପଡିଛି । ନୂଆବର୍ଷ ଉତ୍ସବ ପାଳନ ବେଳେ ଅନେକ ଲୋକ ପ୍ରାଣ ହରାଇଥିବା ଖବର ବିଭିନ୍ନ ସ୍ଥାନରୁ ମିଳିଛି । ସେହିପରି ହିମାଚଳ ପ୍ରଦେଶ ମଣ୍ଡି ଜିଲାର ପରାଶରରେ ସଡକ ଦୁର୍ଘଟଣାରେ ଦୁଇ ଜଣ ଛାତ୍ର ପ୍ରାଣ ହରାଇଥିବା ଜଣାପଡିଛି । ନୂଆବର୍ଷ ପାଳିବା ପାଇଁ କିଛି ଛାତ୍ର ଏକ ମାରୁତି ଭ୍ୟାନ ଗାଡି​‌ରେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଗାଡିଟି ଭାରସାମ୍ୟ ହରାଇ ଖାଇକୁ ଓଲଟି ପଡିଛି । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଛାତ୍ରମା​‌ନେ ନୂଆବର୍ଷ ପାଳିବା ପାଇଁ ରବିବାର ଘରୁ ବାହାରିଥିଲେ । ସୋମବାର ସକାଳେ ପରାଶର ନିଟକରେ ଗାଡିଟି ଭାରସାମ୍ୟ ହରାଇ ଖାଇକୁ ଓଲଟି ପଡିଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଡିରେ ଥିବା ସମସ୍ତ ଯାତ୍ରୀ ହିମାଚଳ ପ୍ରଦେଶ ମନାଲି ଅଞ୍ଚଳର ହୋଇଥିବା ବେଳେ ସେମାନେ ବିହାର ଓ ନେପାଳର ମୂଳ ବାସିନ୍ଦା ବୋଲି ପୁଲିସ କହିଛି । ଏହି ଘଟଣାର ତଦନ୍ତ ଜାରି ରହିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories