www.samajalive.in
Saturday, December 6, 2025
26.1 C
Bhubaneswar

ଆତ୍ମଜୀବନୀ ପ୍ରକାଶ କଲେ ଧାୱନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓପ୍‌ନର ଶିଖର ଧାୱନ ଆତ୍ମଜୀବନୀ ଲେଖିଛନ୍ତି। ଇନ୍‌ଷ୍ଟାଗ୍ରାମ୍ ଜରିଆରେ ଧାୱନ ଏହା ଘୋଷଣା କରିଛନ୍ତି। ଏହାର ନାମ ରଖାଯାଇଛି ‘ଦି ୱାନ୍‌’। ଏଥିରେ ଧାୱନ କ୍ରିକେଟ୍‌ ପଡ଼ିଆରେ ଓ ବାହାରେ ତାଙ୍କ ଜୀବନର ଅନୁଭୂତି ବର୍ଣ୍ଣନା କରିଛନ୍ତି। ବାମହାତି ଓପ୍‌ନର ଧାୱନ ଜଣେ ନାମୀ କ୍ରିକେଟର ଥିଲେ ହେଁ ଏହା ପଛରେ ଥିବା ସଂଘର୍ଷର କାହାଣୀ ଏଥିରେ ସେ ଉଲ୍ଲେଖ କରିଛନ୍ତି। ବିଜୟର ଖୁସି ଓ ପରାଜୟର ଗ୍ଳାନି ସର୍ବଦା ଦେଖା ଯାଇନଥାଏ। ତାଙ୍କ ହୃଦୟର କଥା ସେ ‘ଦି ୱାନ୍‌’ରେ ଲେଖିଛନ୍ତି ବୋଲି ଧାୱନ କହିଛନ୍ତି।

ଦିଲ୍ଲୀର ଗଳିରୁ ତାଙ୍କ କ୍ରିକେଟ ଯାତ୍ରା ଆରମ୍ଭକରି ଭାରତର ଅନ୍ୟତମ ଶ୍ରେଷ୍ଠ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍‌ ହେବାର ଲମ୍ବା ଯାତ୍ରା‘ଦି ୱାନ୍‌’ ଧାୱନ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକରେ ଶିଖର ଧାୱନଙ୍କ ମ୍ୟାଚ୍‌ ପରିସଂଖ୍ୟାନ ଓ ମାଇଲଖୁଣ୍ଟଠାରୁ ଭିନ୍ନ ପ୍ରସଙ୍ଗ ରହିଛି। ଇନ୍‌ଷ୍ଟାଗ୍ରାମରେ ଧାୱନ ଲେଖିଛନ୍ତି, ମୋ କଭର୍ ଡ୍ରାଇଭ୍, ଖୁସି ମନାଇବା ଓ ହସ ଆପଣମାନେ ଦେଖିଛନ୍ତି। ହେଲେ ଏବେ ଭିତରର କାହାଣୀ ଜାଣିବାର ସମୟ। ଏହି ଆତ୍ମଜୀବନୀରେ କେବଳ ଜଣେ କ୍ରିକେଟର ନୁହେଁ; ବରଂ ଜଣେ ସାଧାରଣ ମଣିଷର ଅନୁଭୂତି ରହିଛି। ସମସ୍ତ ଫର୍ମାଟର କ୍ରିକେଟ୍‌ରୁ ଅବସର ନେବାର ବର୍ଷେ ନ ପୂରୁଣୁ ଶିଖର ଧାୱନ ତାଙ୍କ ଆତ୍ମଜୀବନୀର ଘୋଷଣା କରିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍; ବିଶେଷକରି ଦିନିକିଆ ମ୍ୟାଚ୍‌ରେ ବେଶ୍‌ ସଫଳତା ହାସଲ କରିଥିଲେ ଧାୱନ। ୧୬୭ ଦିନିକିଆ ମ୍ୟାଚ୍‌ରୁ ଧାୱନ ୧୭ଟି ଶତକ ସହ ୪୪.୧ ଆଭ୍‌ରେଜରେ ୬,୭୯୩ ରନ୍‌ କରିଛନ୍ତି। ୩୪ଟି ଟେଷ୍ଟରୁ ଧାୱନ ୭ଟି ଶତକ ସହ ୨,୩୧୫ ରନ୍‌ କରିଛନ୍ତି। ୬୮ଟି ଦିନିକିଆରେ ଧାୱନ ୧,୭୫୯ ରନ୍‌ କରିଛନ୍ତି। ଘରୋଇ କ୍ରିକେଟ୍‌ରେ ସେ ଅତ୍ୟନ୍ତ ସଫଳ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories