ସମାଜ ଡିଜିଟାଲ ଡେସ୍କ: ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍ୟାପାଣିରେ ଭଦ୍ରକର ଆରଡ଼ି ଅଞ୍ଚଳ ସମେତ ଓଳଗ, ସୁନ୍ଦରପୁର, ନାନ୍ଦପୁର ଆଦି ପଞ୍ଚାୟତର ଶହଶହ ହେକ୍ଟର ଚାଷଜମିକୁ ମାଡ଼ି ଯାଇଛି ବନ୍ୟାଜଳ। ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ଓ ଧାମରା ମୁହାଣ ସମୁଦ୍ରରୁ ଆସୁଥିବା ଜୁଆର ପାଣିରେ ବୈତରଣୀ ଉଛୁଳୁଛି। ଫଳରେ
ବନ୍ୟାପାଣିରେ ବୁଡିଯାଇଛି ସାରଦ ଚାଷଜମି। ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ପାଣି ଆହୁରି ବଢିବ ଏବଂ କ୍ଷେତରେ ଧାନତଳି ଉଜୁଡିଯିବ ବୋଲି କହିଛନ୍ତି ଚାଷୀ। ସେପଟେ ସାଳନ୍ଦୀ ନଦୀ ମଧ୍ୟ ଉଛୁଳିବାରେ ଲାଗିଛି।
ଶହଶହ ହେକ୍ଟର ଚାଷଜମିକୁ ମାଡ଼ିଗଲା ବନ୍ୟାଜଳ
Popular Categories



