ନୂଆଦିଲ୍ଲୀ: ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ଦିଲ୍ଲୀ ହାଇକୋର୍ଟ ଦୁଇ ଅଭିଯୁକ୍ତ ନୀଲମ ଆଜାଦ ଏବଂ ମହେଶ କୁମାୱତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟ ଅଭିଯୁକ୍ତଙ୍କୁ ୫୦-୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଏବଂ ସମାନ ପରିମାଣର ଦୁଇଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି। ଡିସେମ୍ବର ୧୩, ୨୦୨୩ରେ ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କ ସହ ଏମାନଙ୍କୁ ଗିରଫ କରାଯାଇଥିଲା।
୨୦୨୩ ମସିହାରେ ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବର୍ଷ ପୂର୍ତ୍ତି ଦିନ ଘଟିଥିଲା ଏହି ଘଟଣା। ଲୋକସଭାରେ ଶୂନ୍ୟ କାଳରେ ସାଗର ଶର୍ମା ଏବଂ ମନୋରଞ୍ଜନ ଡି ଦର୍ଶକ ଗ୍ୟାଲେରୀରୁ ଗୃହ ଭିତରକୁ ଡେଇଁଥିଲେ। ସେମାନେ ତାଙ୍କ ଜୋତାରୁ ଧୂଆଁ କ୍ୟାନ୍ ବାହାର କରି ହଳଦିଆ ଗ୍ୟାସ୍ ଛାଡ଼ିଥିଲେ ଏବଂ ନାରାବାଜି କରିଥିଲେ। ସେହି ସମୟରେ ଅନ୍ୟ ଦୁଇ ଅଭିଯୁକ୍ତ ଅମୋଲ ସିନ୍ଦେ ଏବଂ ନୀଲମ ଆଜାଦ ସଂସଦ ପରିସର ବାହାରେ ରଙ୍ଗିନ୍ ଗ୍ୟାସ୍ ଛାଡିଥିଲେ ଏବଂ ନାରାବାଜି କରିଥିଲେ। ଏହି ମାମଲାରେ ନୀଲମ ଆଜାଦ ଏବଂ ମହେଶ କୁମାୱତଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା।



