www.samajalive.in
Thursday, December 11, 2025
13.1 C
Bhubaneswar

ମାଲକାନଗିରିରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନମଣ୍ଡି ନ ଦେବାପାଇଁ ଲ୍ୟାମ୍ପ ତରଫରୁ ହୀନ ପ୍ରୟାସ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ୱାବଲମ୍ବୀ କରିବା ପାଇଁ ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇ ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ ମଣ୍ଡି ପରିଚାଳନା କରିବା ନିମନ୍ତେ ଦାୟିତ୍ୱ ଦିଆଯାଇଥିଲ।। ବିଗତବର୍ଷ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଚାଷୀଙ୍କ ଧାନ କ୍ରୟ କରିବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତେବେ ମାଲକାନଗିରି ଲ୍ୟାମ୍ପସ୍ ତରଫରୁ ଏହି ଗୋଷ୍ଠୀମାନଙ୍କୁ ଧାନମଣ୍ଡି ପରିଚାଳନା କରିବାକୁ ନ ଦେବା ନିମନ୍ତେ ହୀନ ପ୍ରୟାସ କରାଯାଇଥିବା ଅଭିଯୋଗ ହୋଇଛିା

ସୂଚନା ମୁତାବକ, ଗତ ଆର୍ଥିକ ବର୍ଷ ୨୦୨୦-୨୧ରେ ମାଲକାନଗିରି ସଦର ବ୍ଲକରେ ଚଲାଣଗୁଡା, ଏବଂ ଏମ୍‌.ଭି. ୧୧ ଧାନ ମଣ୍ଡିକୁ ପରିଚାଳନା କରିବା ନିମନ୍ତେ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆ ଯାଇଥିଲା। ମାଲକାନଗିରି ଲ୍ୟାମ୍ପସ୍ ବହୁ ଦିନ ଧରି ମାଲକାନଗିରିର ସମସ୍ତ ଅଂଚଳରେ ମଣ୍ଡି ପରିଚାଳନା କରି ଆସୁଥିବା ବେଲେ ଏହି ଦୁଇଟି ଧାନ ମଣ୍ଡି ତାଙ୍କ ହାତରୁ ଚାଲିଯିବା ଯୋଗୁଁ ଗତବର୍ଷ ଠାରୁ ହିଁ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ କରିଥିଲେ। ଚଳିତ ବର୍ଷ ପୁଣିଥରେ ଏହାକୁ ଆଖି ଆଗରେ ରଖି ସିନ୍ଧ୍ରିମାଳ ଓ ଗୌଡଗୁଡା ଅଂଚଳରୁ ଚାଷୀ ସ୍ୱରୂପ କିଛି ବେପାରୀଙ୍କୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଆଣି ସ୍ୱୟଂ ସହାୟକ ଗୋଷ୍ଠିକୁ ଧାନ ମଣ୍ଡି ନ ଦେବା ସହ ଲ୍ୟାମ୍ପକୁ ଧାନ ମଣ୍ଡି ଦିଆଯାଉ ବୋଲି ଅଭିଯୋଗ କରିଥିବା ଗୌଡଗୁଡା ଗ୍ରାମ ପଂଚାୟତ ନାଏବ ସରପଂଚ ନିରଂଜନ ହାଲଦାର ଅଭିଯୋଗ କରିଛନ୍ତିା

- Advertisement -

ତାଙ୍କ କହିବା ଅନୁସାରେ, ଲ୍ୟାମ୍ପ ତରଫରୁ ମାଲକାନଗିରି ବ୍ଲକର ଝରାପାଲ୍ଲୀ, ପଦ୍ମଗିରି, ଉଡୁପା, ସେରପାଲ୍ଲୀ, ମାର୍କାପାଲ୍ଲୀ, ପେଦାବାଡା,ଗଙ୍ଗଲା ଓ ମାଲକାନଗିରିର ଧାନ ମଣ୍ଡି ପରିଚାଳନା କରା ଯାଉଥିବା ବେଳେ ଏହି ସବୁ ମଣ୍ଡିରେ ଦଲାଲ ରାଜ ଚାଲୁଥିବା ବେଳେ ପ୍ରକୃତ ଚାଷୀ ଧାନ ବିକ୍ରି କରିବା ନିମନ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିା ଏହା ବ୍ୟତୀତ ଏମ୍‌.ଭି. ୧୧ ଓ ଚଲାଣଗୁଡା ଧାନମଣ୍ଡି ସ୍ୱୟଂ ସହାୟକ ଗୋଷ୍ଠିକୁ ଦିଆ ଯାଇଥିବା ବେଳେ ଏହି ଦୁଇ ମଣ୍ଡିରେ ଦଲାଲମାନେ ଠିକ୍ ଭାବେ ଧାନ ବିକ୍ରି କରି ପାରିନାହାନ୍ତିା ଫଳରେ ମାଲକାନଗିରି ଲ୍ୟାମ୍ପ ଓ ଦଲାଲମାନଙ୍କ ସହ ଯୋଗରେ ଅଧିକାଂଶ ଚାଷୀ ସ୍ୱରୂପ ଦଲାଲ ମାନେ ବୁଧବାର ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିବା ନାଏବ ସରପଞ୍ଚ ଶ୍ରୀ ହାଲଦାର ପ୍ରକାଶ କରିଛନ୍ତିା ତେବେ ବିଗତବର୍ଷରେ ମାଲକାନଗିରି ଲ୍ୟାମ୍ପସ୍ ତରଫରୁ ଆଠଟି ମଣ୍ଡି ଜରିଆରେ ୧ ଲକ୍ଷ ୨୪ କ୍ୱିଂଟାଲ ଧାନ କିଣା ଯାଇଛିା ଚଳିତ ବର୍ଷ ଆହୁରି ଅଧିକ କିଣିବେ ବୋଲି ଏହି ଦୁଇ ମଣ୍ଡି ଉପରେ ସେମାନଙ୍କର ଲଲୁପ ଦୃଷ୍ଟି ରହିଥିବା ସେ ପ୍ରକାଶ କରିଛନ୍ତିା ବିଶେଷ କରି ବିଗତବର୍ଷ ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା, କାଲିମେଳା, ପଡିଆ, ଆଦି ଅଂଚଳରେ ଧାନ ବିକ୍ରି କରିବା ନିମନ୍ତେ ଚାଷୀ ଓ ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅନେକ ବିବାଦ ଲାଗି ରହିଥିଲା। ବିଶେଷ କରି କୋରୁକୋଣ୍ଡା ଧାନ ମଣ୍ଡିରେ ଲ୍ୟାମ୍ପ ଓ ଚାଷୀ ମଧ୍ୟରେ ଗଣ୍ଡଗୋଳ ହୋଇ ଥାନାରେ ମଧ୍ୟ କେଶ୍ ଦାଏର ହୋଇଥିଲା। ଏହି ସମୟରେ କୋରୁକୋଣ୍ଡା ଲମ୍ପ କର୍ତ୍ତୃପକ୍ଷ କିଛି ଚାଷୀଙ୍କ ନାମରେ ମିଥ୍ୟା କେଶ୍ ଦାଏର କରିଥିବା ବେଳେ ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ଧାନ କିଣିବା ନିମନ୍ତେ ପୁଣିଥରେ ଲ୍ୟାମ୍ପକୁ ଦାୟିତ୍ୱ ଦିଆଗଲେ ଧାନ ମଣ୍ଡିରେ ଦଲାଲରାଜ ହେବା ସହ ଚାଷୀ ହଇରାଣ ହେବେ ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ଲାମ୍ପ କର୍ତ୍ତୃପକ୍ଷଙ୍କୁ ଧାନମଣ୍ଡି ପରିଚାଳନାର ଦାୟିତ୍ୱ ନ ଦେଇ ଜିଲ୍ଲାର ସମସ୍ତ ମଣ୍ଡି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପରିଚାଳନା କରାଗଲେ ଧାନମଣ୍ଡିରୁ ଦଲାଲରାଜ ମୁକ୍ତ ହେବା ସହ ପ୍ରକୃତ ଚାଷୀ ଉପକୃତ ହୋଇ ପାରିବେ ବୋଲି ନାଏବ ସରପଞ୍ଚ ଶ୍ରୀ ହାଲଦାଷର ପ୍ରକାଶ କରିଛନ୍ତିା ଏ ସମ୍ପର୍କରେ ମାଲକାନଗିରି ଲ୍ୟାମ୍ପ ପରିଚାଳକ ଅଭିମନ୍ୟୁ ନାୟକଙ୍କୁ ପଚାରିଦାରୁ ଜିଲ୍ଲା ପ୍ରଶାସନ ଯାହାକୁ ଦାୟିତ୍ୱ ଦେବେ ସେ ଧାନମଣ୍ଡି ପରିଚାଳନା କରିବେ ସେ ପ୍ରକାଶ କରିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories