ମାଓବାଦୀଙ୍କ ପକ୍ଷରୁ ବୁଧବାର ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହୀଦ ସପ୍ତାହ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ସମସ୍ତ ସରକାରୀ ବସ୍ ସେବା ବନ୍ଦ ରହିଛି। ଜିଲ୍ଲାର ମୋଟ୍ ୧୧ଟି ରୁଟରେ ବସ୍ ସେବା ବନ୍ଦ ରଖାଯାଇଛି। ତେବେ ଘରୋଇ ବସ୍ ଚଳାଚଳ ସ୍ୱାଭାବିକ ରହିଛି।
ଅନ୍ୟପକ୍ଷରେ ମାଓବାଦୀଙ୍କ ସହୀଦ୍ ସପ୍ତାହ ପାଳନକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ମାଓବାଦୀ ଉପଦ୍ରୁତ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋର୍ଦାର୍ କରାଯାଇଛି।
ମାଓବାଦୀଙ୍କ ପକ୍ଷରୁ ପାଳନ କରାଯାଉଛି ସହୀଦ ସପ୍ତାହ : ସରକାରୀ ବସ୍ ସେବା ବନ୍ଦ
Popular Categories



