www.samajalive.in
Monday, December 8, 2025
13.1 C
Bhubaneswar

ସଙ୍ଗରୋଧ କେନ୍ଦ୍ରରେ ଯୁବତୀଙ୍କୁ ଅସଦାଚରଣ; ଅନ୍ଧାରିବାଞ୍ଝି ସରପଞ୍ଚ ଗିରଫ

ଡୁଙ୍ଗୁରିପାଲି : ସୋନପୁର ଜିଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ଅନ୍ଧାରିବାଞ୍ଝି ସଙ୍ଗରୋଧ କେନ୍ଦ୍ରରେ ଜଣେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍ଥାନୀୟ ସରପଞ୍ଚଙ୍କୁ ଗିରଫ କରିଛି ପୁଲିସ । ଅପରପକ୍ଷରେ ଏହି ଗିରଫକୁ ବିରୋଧ କରି ବ୍ଲକ୍ ସରପଞ୍ଚ ସଂଘ ଧାରଣା ଆରମ୍ଭ କରିଛି ।  ସରପଞ୍ଚଙ୍କୁ ଛାଡି ନ ଦେଲେ ଆସନ୍ତାକାଲିଠାରୁ କୋଭିଡ କାମକୁ ବର୍ଜନ କରିବେ ବୋଲି ସଂଘ ଧମକ ଦେଇଛି ।  ଅନ୍ଧାରିବାଞ୍ଜି ସଙ୍ଗରୋଧ କେନ୍ଦ୍ରରେ ଜଣେ ଯୁବତୀଙ୍କୁ ସରପଞ୍ଚ ବନମାଳୀ ସା ଅସଦାରଣ କରିଥିବା ଯୁବତୀ ଜଣକ ଭିଡିଓ ମାଧ୍ୟମରେ ଭାଇରାଲ କରିଥିଲେ। ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ।

ଅପରପକ୍ଷରେ ଆଜି ସରପଞ୍ଚ ସଂଘ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉକ୍ତ ଗିରଫକୁ ବିରୋଧ କରାଯାଇଛି। ସୋନପୁର ଉପଜିଲାପାଳ ବଳରାମ ମଲ୍ଲିକ ପହଞ୍ଚି ସରପଞ୍ଚ ସଂଘ ସହିତ ଆଲୋଚନା କରିଥିଲେ। ଗିରଫ ସରପଞ୍ଚଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯାଉ, ତଦନ୍ତ ପରେ ଯଦି ସରପଞ୍ଚଙ୍କ ବିରୋଧରେ ଦୋଷ ଜଣାପଡେ ତାପରେ ଗିରଫ କରାଯିବ। ଅଭିଯୋଗକୁ ଭିତ୍ତି କରି ଗିରଫ କରାଯାଇଥିବାରୁ ସଂଘ ନାପସନ୍ଦ କରିଛି। ସରପଞ୍ଚଙ୍କୁ ଛାଡି ନ ଦେଲେ ଆସନ୍ତାକାଲିଠାରୁ କୋଭିଡ କାମକୁ ବର୍ଜନ କରିବେ ବୋଲି ସଂଘ ସଭାପତି ପ୍ରକାଶ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।

- Advertisement -

ଦୁଇ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ କଂଗ୍ରେସ ଓ ବିଜେପି ପକ୍ଷରୁ ଗିରଫ କରାଯିବାକୁ ରାମପୁର ଥାନାରେ ଅଭିଯୋଗ କରାଯାଇଥିଲା। ପୁଣି ଜିଲା ଆଦିବାସୀ କଲ୍ୟାଣ ସଂଘ, ଭୀମ ଆର୍ମି ଓ ବ୍ଲକ ଅନୁସୂଚିତ ଜାତି କଲ୍ୟାଣ ସଂଘ ପକ୍ଷରୁ ମଧ୍ୟ ଡୁଙ୍ଗୁରିପାଲି ଥାନାରେ ଭିନ୍ନ ଭିନ୍ନ ଅଭିଯୋଗ କରାଯାଇଥିଲା। ଅତିଶୀଘ୍ର ଅଭିଯୁକ୍ତ ସରପଞ୍ଚକୁ ଗିରଫ କରାଯିବା ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପ୍ରତିଶ୍ରୁତିର ୧୨ଘଣ୍ଟା ନପୂରୁଣୁ ସରପଞ୍ଚଙ୍କୁ ଗିରଫ କରାଯାଇଥିଲା।

 

 

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories