ଭବାନୀପାଟଣା: କଳାହାଣ୍ଡି ଜିଲାର ଭବାନୀପାଟଣା ସହରରେ ସେକ୍ସ ରାକେଟ୍ ଠାବ ହୋଇଛି। ଭବାନୀପାଟଣା ଟାଉନ୍ ପୁଲିସ ଦୁଇ ଜଣ ଯୁବତୀଙ୍କ ସହ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ ଯେ, ସହରର ତାରିଣୀ ମନ୍ଦିର ରାସ୍ତାରେ ଶର୍ମା କଲୋନୀର ଜୈନିକ ବ୍ୟକ୍ତିଙ୍କ ଭଡା ଘରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ବଲାଙ୍ଗୀର ଜିଲ୍ଲାର ବଙ୍ଗମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତି ଏହି ସେକ୍ସ ରାକେଟ୍ ଚଳାଇ ଥିବା ଖବର ପାଇ ପୁଲିସ ଗତକାଲି ରାତିରେ ଚଢଉ କରିଥିଲା। ଚଢଉ ବେଳେ ଅସଂଜତ ଅବସ୍ଥାରେ ଦୁଇ ଜଣ ଯୁବତୀଙ୍କ ସହ ଜଣେ ପୁରୁଷଙ୍କୁ ଗିରଫ କରିଥିଲା। ଘଟଣାସ୍ଥଳରୁ ଘର ମାଲିକ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି।
Popular Categories



