ଧରା ପଡ଼ିଲା ସିିରିଏଲ୍ କିଲର: ଶାରୀରିକ ସମ୍ପର୍କ ପରେ ୧୮ ମହିଳାଙ୍କୁ କରିଥିଲା ହତ୍ୟା
ହାଇଦ୍ରାବାଦ: ସ୍ତ୍ରୀ ଛାଡ଼ି ଚାଲିଗଲା, ଏଥିରେ କ୍ରୋଧାନ୍ବିତ ହୋଇ ଜଣେ ବ୍ୟକ୍ତି ଜଣକ ପରେ ଜଣେ ୧୮ ଜଣ ମହିଳାଙ୍କୁ ହତ୍ୟା କରି ପତ୍ନୀ ପ୍ରତ୍ୟାଖ୍ୟାନର ପ୍ରତିଶୋଧ ନେଇଛି । ଗୋଟାକ ପରେ ଗୋଟାଏ ହତ୍ୟା ଘଟଣାର ତଦନ୍ତ ନିମନ୍ତେ ପୁଲିସ ଯେବେ ଖୋଜି ହତ୍ୟାକାରୀକୁ ଧରିଛି ସେତେବେଳେ ସେ ପତ୍ନୀ ପ୍ରତ୍ୟାଖ୍ୟାନର ପ୍ରତିଶୋଧ ନେବା ନିମନ୍ତେ ଏହି ଘଟଣା ଘଟାଇଥିବା ସ୍ବୀକାର କରିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ୪୫ବର୍ଷ । ତାଙ୍କୁ ଗିରଫ କରାଯିବା ପରେ ହତ୍ୟାର ଶିକାର ହୋଇଥିବା ମହିଳାମାନଙ୍କ ସମ୍ପର୍କରେ ପୁଲିସ ସୂଚନା ପାଇଛି ।
ହାଇଦ୍ରାବାଦ ସିଟି ପୁଲିସ ଟାସ୍କ ଫୋର୍ସର ଅଧିକାରୀ ଏବଂ ରାଖକୋଣ୍ଡା ପୋଲିସ କମିଶନରଙ୍କ ଅଧିକାରୀମାନେ ମିଳିତ ଅପରେସନ କରି ଏହି ବ୍ୟକ୍ତିକୁ ଗିରଫ କରିଛନ୍ତି । ଅଭିଯୁକ୍ତ ଜଣକ ସହରରେ ପଥର କାମ କରନ୍ତି । ପୂର୍ବରୁ ବିଭିନ୍ନ ମାମଲାରେ ସେ ୨୧ଥର ଗିରଫ ହୋଇଛନ୍ତି ।ସମ୍ପୃକ୍ତ ବ୍ୟକ୍ତି ୨୧ ବର୍ଷ ବୟସରେ ବିବାହ କରିଥିଲେ । ମାତ୍ର ଅଳ୍ପଦିନ ପରେ ତାଙ୍କର ପତ୍ନୀ ତାଙ୍କୁ ଛାଡ଼ି ପଳାଇଥିଲେ । ଏହା ପରେ ସମ୍ପୃକ୍ତ ବ୍ୟକ୍ତି ମହିଳାମାନଙ୍କୁ ଘୃଣା କରିବା ସହ ଗୋଟିଏ ପରେ ଗୋଟିଏ ହତ୍ୟା କରି ଚାଲିଥିଲେ । ମହିଳାମାନଙ୍କ ସହ ସେ ପ୍ରେମ ସମ୍ପର୍କ ଓ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ । ଏହାପରେ ସେମାନଙ୍କୁ ହତ୍ୟା କରୁଥିଲେ । ଏହାପରେ ସମ୍ପୃକ୍ତ ମହିଳାଙ୍କର ମୂଳ୍ୟବାନ ସାମଗ୍ରୀ ନେଇ ସେ ପଳାଇ ଯାଉଥିଲେ ।
Comments are closed.