www.samajalive.in
Thursday, December 11, 2025
26.1 C
Bhubaneswar

ଅତାବିରା କଳା ସଂସ୍କୃତି ମଣ୍ଡପ ଠାରେ ବରିଷ୍ଠ ନାଗରିକଙ୍କ ବୈଠକ

ରେଙ୍ଗାଲିକ୍ୟାମ୍ପ୍ : ଅତାବିରା ସ୍ଥିତ କଳା ସଂସ୍କୃତି ମଣ୍ଡପ ଠାରେ ଗୁରୁବାର ଅତାବିରା ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ  ସଂଘର ସଭାପତି ବେଣୁଧର ମିଶ୍ରଙ୍କ ସଭାପତିତ୍ବରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ପ୍ରଥମେ ସଂଘର ପୂର୍ବତନ ସମ୍ପାଦକ ସ୍ବର୍ଗତ  ଦଶରଥ ବାଗ ଓ ସଭ୍ୟ ସ୍ବର୍ଗତ ହରି ତାଣ୍ଡିଆଙ୍କ ସ୍ମୃତିରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
ଏହାପରେ  ସଭାରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟତଃ ପୂର୍ବତନ ସଂପାଦକଙ୍କ ବିୟୋଗ ପରେ ନୂତନ ସମ୍ପାଦକ ମନୋନୟନ କରାଯିବା ପାଇଁ ବିରେନ୍ଦ୍ର ପ୍ରାସାଦ ମିଶ୍ର, ଭୋଲାନାଥ ପ୍ରଧାନଙ୍କୁ ସମ୍ପାଦକ ରୂପରେ ମନୋନୟନ ପାଇଁ ପ୍ରସ୍ତାବ ଆଗତ କରିଥିଲେ ଓ ସର୍ବ ସମ୍ମତିକ୍ରମେ ତାଙ୍କୁ  ସମ୍ପାଦକ ରୁପେ ମନୋନୀତ କରାଗଲା।ପରେ ବରିଷ୍ଠ ନାଗରିକ ସଂଘର ସ୍ଥାୟୀ ଗୃହ ନିର୍ମାଣ ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ଅସ୍ଥାୟୀ ଭାବରେ ଥିବା  ପଞ୍ଚାନନ ମେହେରଙ୍କ ବ୍ୟକ୍ତିଗତ ଗୃହରେ କାମଚଳା ଭାବରେ ବରିଷ୍ଠ ନାଗରିକ ମାନେ ଆଜିଯାଏ ବୈଠକ କରିଆସୁଛନ୍ତି। ତାଙ୍କ ପାଇଁ ସ୍ଥାୟୀ ଗୃହର ନିର୍ମାଣ ପାଇଁ ଏନ୍ଏସି ତଥା ବ୍ଲକ ଅନେକ ଦିନରୁ ପ୍ରତିଶ୍ରୁତି ଦେଇ ଆସୁଥିଲେ ମଧ୍ୟ ଆଜିଯାଏ କିଛି ଫଳପ୍ରଦ ହୋଇ ନଥିବା ଯୋଗୁଁ  ବୈଠକରେ ଉପସ୍ଥିତ ସଭ୍ୟ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ସମସ୍ତ ସଭ୍ୟ ମାନଙ୍କୁ ବାର୍ଷିକ ସଭ୍ୟ ଚାନ୍ଦା ଦୁଇମାସ ଭିତରେ ଦେବାପାଇଁ କୁହାଯାଇଥିଲା।
ଏହାବ୍ୟତୀତ ୨୨ ଜଣ ନୂତନ ସଭ୍ୟ ଫର୍ମ ଗ୍ରହଣ କରାଯାଇଥିଲା। କଳା ସଂସ୍କୃତି ମଣ୍ଡପ ସମ୍ମୁଖରେ ବିନା ପଚରା ଉଚୁରା କରି ୱେସ୍କୋ କର୍ତ୍ତୃପକ୍ଷ ଦୁଇଟି ସିମେଣ୍ଟ ପୋଲ ପୋତିଛି। ତାହାକୁ ତୁରନ୍ତ ସ୍ଥାନାନ୍ତରିତ କରାନଗଲେ ବରିଷ୍ଠ ନାଗରିକ ମାନେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୭ ତାରିଖରେ ହୀରାକୁଦ ନେହେରୁ ମିନାର ଠାରେ ସଂଘର ବାର୍ଷିକ ଉତ୍ସବ ସହ ଏକ ବଣ ଭୋଜି  କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇ ସମସ୍ତ ସଭ୍ୟ ଏହିଥିରେ ଯୋଗ ଦେଇ ସଂଘର ଏକତାକୁ ରକ୍ଷା କରିବା ପାଇଁ ଆହ୍ବାନ ଦିଆଯାଇଥିଲା। ଏହି ବୈଠକରେ କୋଷାଧ୍ୟକ୍ଷ ଉପେନ୍ଦ୍ର ଚନ୍ଦ୍ର ମିଶ୍ର, ସହ ସମ୍ପାଦକ ଜପରାମ୍ ବାରିକ୍, ସୁରେଶ୍ ଗଡତିଆ, ଅଡିଟର ବିରେନ୍ଦ୍ର ପ୍ରସାଦ ମିଶ୍ର, ପାନିବୁଡି ପ୍ରଧାନ, କୁଞ୍ଜବିହାରୀ ତ୍ରିପାଠୀ, ଦଶରଥ ଚାନ୍ଦ, କିଶନ ଶର୍ମା ପ୍ରମୁଖ ଉପସ୍ଥିତ ଥିବାବେଳେ ମଙ୍ଗଳୁ ବିଶ୍ଵାଳ ଧନ୍ୟବାଦ ଦେଇଥିଲେ।

Hot this week

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

Related Articles

Popular Categories