www.samajalive.in
Wednesday, December 10, 2025
14.1 C
Bhubaneswar

ବାଲେଶ୍ବରରୁ ଖୋର୍ଧା ଲମ୍ବିଛି ‘ପାଉଡ଼ର’ ଚେର; ୨୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ୩ ଗିରଫ

ବାଲେଶ୍ବରରୁ ଖୋର୍ଧା ପର୍ଯ୍ୟନ୍ତ ଲମ୍ବିଛି ‘ପାଉଡ଼ର’ ଚେର । ଏହି କାରବାର କରୁଥିବା ଲୋକଙ୍କୁ ପୁଲିସ ଭାଷାରେ କୁହାଯାଉଛି ‘ପାଉଡ଼ର ପାର୍ଟି’ । ଏହି ପାଉଡ଼ର ପାର୍ଟିରେ ଖାଲି ସାଧାରଣ ଅପରାଧୀ କାହିଁକି, ଅନେକ ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ବିଭିନ୍ନ ସମୟରେ ଚର୍ଚାକୁ ଆସିଛି । ଖୋର୍ଧା ପୁଲିସ ଏହିପରି ଏକ ପାଉଡ଼ର ପାର୍ଟିକୁ ନିଜ କବଜାକୁ ନେଇଛି । ସେମାନଙ୍କଠାରୁ ୨୬୪ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଗିରଫ ଯୁବକ ରାଜସୁନାଖଳାର ସୁଶାନ୍ତ ମାଝି, ସାରଧୀ ନାୟକ ଓ ସାନ୍ତରାପୁର ଅଞ୍ଚଳର ସ୍ବପନେଶ୍ବର ସାହିର ଶ୍ରୀକାନ୍ତ ପରମଗୁରୁ । ଏହା ସହ ନଗଦ ୪୧ ହଜାର ଟଙ୍କା, ଏକ ଛୋଟ ଓଜନ ମେସିନ ଓ କିଛି ଲାଲ ପଲିଥିନ ମାସଗ୍ରୀ ମଧ୍ୟ ଜବତ କରାଯାଇଛି ।

ଏହି ବ୍ୟକ୍ତିମାନେ ଜଳେଶ୍ବରରୁ ବ୍ରାଉନସୁଗାର ଆଣି ଭୁବନେଶ୍ବର ଓ ଖୋର୍ଧା ସହରରେ ବିକ୍ରି କରୁଥିଲେ ବୋଲି ସ୍ବୀକାର କରିଛନ୍ତି । ପୁଲିସ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ଏସପି ଅଜେୟ ପ୍ରଦାପ ସ୍ବାଇଁ କହିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories