www.samajalive.in
Thursday, December 11, 2025
14.1 C
Bhubaneswar

ଉନ୍ନାଓ ବଳାତ୍କାର ମାମଲା: ବିଧାୟକ କୁଲଦୀପ ସେନେଗାରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସିଂହ ସେନେଗରଙ୍କୁ ମିଳିଛି ଆଜୀବନ କାରାଦଣ୍ଡାଦେଶ। ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଦିଲ୍ଲୀର ତୀସ୍‌ହଜାରୀ କୋର୍ଟ ଶୁକ୍ରବାର ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ସେନେଗର ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବେ ବୋଲି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଚନ୍ତି। ଏହା ସହିତ ସେନେଗାର ପୀଡ଼ିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଗତ ସୋମବାର ଏହି ମାମଲାର ଶୁଣାଣି ଶେଷ କରି ସେନେଗାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦ ତାରିଖ ଅର୍ଥାତ ଶୁକ୍ରବାର ପର୍ଯ୍ୟନ୍ତ କୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ। ଶୁକ୍ରବାର କୋର୍ଟ ନିଜର ରାୟ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ବିଧାୟକ କୁଳଦୀପ ଏବଂ ତାଙ୍କ ସହଯୋଗୀମାନେ ୨୦୧୭ ଜୁଲାଇ ୧୭ରେ ଜଣେ ନାବାଳିକାଙ୍କୁ ଚାକିରି ଦେବା ବାହାନାରେ ଗଣବଳାତ୍କାର କରିଥିଲେ ବୋଲି ପୀଡ଼ିତା ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତା ନିଜର ଜଣେ ସମ୍ପର୍କୀୟଙ୍କ ସହିତ ବିଧାୟକଙ୍କ ନିକଟକୁ ଚାକିରି ପାଇଁ ଯାଇଥିଲାବେଳେ ବଳାତ୍କାରର ଶିକାର ହୋଇଥିବା ଅଭିଯୋଗରେ ଦର୍ଶାଇଥିଲେ। ଏହା ପରେ ତାଙ୍କ ଅଭିଯୋଗ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରି କରିଥିଲେ। ଗଣବଳାତ୍କାର ଅଭିଯୋଗ ପ୍ରତ୍ୟାହାର କରିବାକୁ ଅଭିଯୁକ୍ତମାନେ ତାଙ୍କ ଉପରେ ଚାପ ପକାଉଥିଲେ। ଏଥିରେ ରାଜି ନ ହେବାରୁ ବିଧାୟକଙ୍କ ଭାଇ ଅତୁଲ ଓ ତାଙ୍କ ସହଯୋଗୀମାନେ ୨୦୧୮ ଏପ୍ରିଲ ୩ରେ ତାଙ୍କ ବାପାଙ୍କୁ କୋର୍ଟ ଯିବା ବାଟରେ ନିସ୍ତୁକ ମାଡ଼ ମାରିଥିଲେ। ଏ ନେଇ ମାଖି ଥାନାରେ ଏପ୍ରିଲ ୪ରେ ଏତଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ମଧ୍ୟ ପୀଡ଼ିତାଙ୍କ ବାପାଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ କରିଥିଲେ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଧାୟକ କୁଳଦୀପଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିବାରୁ ପୀଡ଼ିତା ଏବଂ ତାଙ୍କ ପିତା ଏପ୍ରିଲ ୬ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କ ଏହି ଉଦ୍ୟମ ପଣ୍ଡ କରିବା ସହ ପୀଡ଼ିତାଙ୍କ ପିତାଙ୍କୁ ଗିରଫ କରି ହାଜତକୁ ନେଇଥିଲା। ଜେଲ୍‌ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏପ୍ରିଲ ୮ରେ ତାଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ୯ରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ରାଜ୍ୟରେ ବିଭିନ୍ନ ମହଲରେ ବିରୋଧ ପ୍ରଦର୍ଶନ କରାଯିବାରୁ ସେନଗରଙ୍କ ଭାଇ ଅତୁଲ ସିଂହ ସେନଗରଙ୍କୁ ପୁଲିସ ଗିରଫ କରିଥିଲା। ଚାରି ଆଡୁ ସମାଲୋଚନାର ଶିକାର ହେବା ପରେ ରାଜ୍ୟ ସରକାର ସିବିଆଇକୁ ତଦନ୍ତ ଦାୟିତ୍ଵ ଦେଇଥିଲା। ସିବିଆଇ ଏକାଧିକ ଥର ସେନେଗାରଙ୍କୁ ଜେରା କରିବା ପରେ ଶେଷରେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ୨୦୧୮ ଏପ୍ରିଲ ୧୪ରେ ଗିରଫ କରିଥିଲା। ଏହା ପରେ ସିବିଆଇ ପକ୍ଷରୁ ୨୦୧୮ ଜୁଲାଇ ୧୧ରେ ସେନଗାରଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଥିଲା। ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ସିବିଆଇ ବିଧାୟକଙ୍କ ଭାଇ ସମେତ ୫ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ଏହା ପରେ ଜୁଲାଇ ୨୮ରେ ପୀଡ଼ିତା ତାଙ୍କ ସମ୍ପର୍କୀୟ ଏବଂ ଓକିଲଙ୍କ ସହିତ କାରରେ ରାଏବରେଲୀ ଯାଉଥିବାବେଳେ ତାଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଥିଲା। ଏଥିରେ ତାଙ୍କର ୨ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ମଧ୍ୟ ସେନେଗାରଙ୍କ ସମେତ ୧୦ ଜଣଙ୍କ ନାମରେ  ମାମଲା ରୁଜୁ ହୋଇଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories