ଭୁବନେଶ୍ୱର : ମହର୍ଷି କଲେଜ ଏବଂ କଣ୍ଟାଵାଡସ୍ଥ ଆଇଆଇଏମ୍ ଟି ର ମିଳିତ ସହଯୋଗରେ ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଜାତୀୟ ଆଲୋଚନାଚକ୍ର ଅଧ୍ୟକ୍ଷ ମଞ୍ଜୁ ପଟ୍ଟନାୟକ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉତ୍ତର ପୂର୍ବାଞ୍ଚଳ ପାର୍ବତ୍ୟ ବିଶ୍ୱବିଦ୍ୟାଳୟ (ନେହୁ) ମ୍ୟାନେଜମେଣ୍ଟ ବିଭାଗର ମୁଖ୍ୟ ପ୍ରଫେସର କୈଳାଶ ଚନ୍ଦ୍ର ବିଶ୍ୱାଳ , ଆଇଆଇଏମ ,ବାଙ୍ଗାଲୋରର ପ୍ରଫେସର ସନ୍ତୋଷ କୁମାର ମିଶ୍ର , ପୂର୍ବତନ ଜେନେରାଲ ମ୍ୟାନେଜର ବ୍ୟାଙ୍କ ଅଫ ଇଣ୍ଡିଆର ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଭାରତର ଆର୍ଥିକ ବ୍ୟବସ୍ଥାରେ ୧୯୯୧ ମସିହାରେ ଏକ ବଡ ପରିବର୍ତ୍ତନ ଆସିବା ସଙ୍ଗେ ସଙ୍ଗେ ଦେଶରେ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ଭାରତର ଆର୍ଥିକ ସ୍ଥିତିକୁ ୩.୭୫ ଟ୍ରିଲିୟନ ଡଲାର ଏବଂ ସମଗ୍ର ବିଶ୍ୱରେ ପଞ୍ଚମ ସ୍ଥାନରେ ପହଞ୍ଚାଇ ପାରିଛି ବୋଲି କହିଥିଲେ। ଆର୍ଥିକ ବିକାଶ ହେବା ସହିତ ମାନବିକ ଅଧିକାରର ସୁରକ୍ଷା ହେବା ଦ୍ୱାରା ଲୋକମାନଙ୍କର ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିଛି ବୋଲି ମତ ପ୍ରକାଶ କରିଥିଲେ ।
ପ୍ରାରମ୍ଭରେ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଡ଼କ୍ଟର ଲୋକନାଥ ପରିଡା ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଲୋଚନାଚକ୍ରର ବିଷୟକୁ ୟୁନେସ୍କୋ ଲେକଚର ସିରିଜ ଚେୟାର ପ୍ରଫେସର ଡକ୍ଟର ଫ୍ରାନସିସିକୋ ବିଜିଆରିଲୋ ମନୋନୀତ କରିବା ସହିତ ଏହି ବିଷୟ ଉପରେ ଓଡିଶାର ବିଭିନ୍ନ ମହାବିଦ୍ୟାଳୟରେ ଆଇଆଇଏମଟିର ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକଙ୍କ ସହାୟତାରେ ଆୟୋଜନ ପାଇଁ ପ୍ରସ୍ତାବ ରହିଛି ବୋଲି ଆଇଆଇଏମଟିର ଡିନ୍ ଡ. ଜଗମୋହନ ପଟ୍ଟନାୟକ କହିଥିଲେ । ଅଧ୍ୟାପକ କଳିଙ୍ଗ ରଞ୍ଜନ ପ୍ରଧାନ ଧନ୍ୟବାଦ ଦେବା ସହିତ ସହକାରୀ ପ୍ରଫେସର ସୃଜନୀ ମହାନ୍ତି ଆଲୋଚନାଚକ୍ରକୁ ସଂଯୋଜନା କରିଥିଲେ।



