www.samajalive.in
Friday, December 12, 2025
26.1 C
Bhubaneswar

ରାଷ୍ଟ୍ରପତିଙ୍କ ହେଲିକପ୍ଟରରେ ଫଟୋ ଉଠାଇ ଫାର୍ମାସିଷ୍ଟ ନିଲମ୍ବିତ

ଶୁକୃଳି : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲିକପ୍ଟର ନିକଟରେ ସେଲ୍‌ଫି ନେଇ ଏବେ ଅଡୁଆରେ ପଡିଛନ୍ତି ଜାମୁକେଶ୍ବର ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟ ଯଶୋବନ୍ତ ବେହେରାଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ରବିବାର ଚାକିରିରୁ ନିଲମ୍ବିତ କରାଯାଇଛି।
ସୂଚନାନୁଯାୟୀ, ରାଷ୍ଟ୍ରପତିଙ୍କ ଗସ୍ତରେ ସୁରକ୍ଷା ପାଇଁ ଜିଲାରେ ୪୦୦ ବରିଷ୍ଠ ପୁଲିସ ଅଫିସର, ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଗସ୍ତର ଦ୍ୱିତୀୟ ଦିନରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ରାଷ୍ଟ୍ରପତିଙ୍କୁ ନେଇ ରାଇରଙ୍ଗପୁରରୁ ବାହାରି ଶିମିଳିପାଳ ପାଦଦେଶରେ ଥିବା ଛେଳିଗୁଦୁଲି ଅସ୍ଥାୟୀ ହେଲିପ୍ୟାଡରେ ସକାଳ ୧୦.୫୦ରେ ପହଞ୍ଚିଥିଲା। ରାଷ୍ଟ୍ରପତି ସେଠାରୁ ସିଧାସଳଖ ସଡ଼କ ପଥରେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ପରେ ହେଲିପ୍ୟାଡରେ କର୍ତ୍ତବ୍ୟରତ ଜଣେ ଫାର୍ମାସିଷ୍ଟ ସୁରକ୍ଷା ବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କ ପାଇଁ ଆସିଥିବା ୩ଟି ହେଲିକପ୍ଟର ମଧ୍ୟରୁ ଗୋଟିଏ ହେଲିକପ୍ଟର ସହ ସେଲଫି ନେବା ସହ ହେଲିକପ୍ଟରରେ ବସି ଫ‌ଟୋ ଉଠାଇ ନିଜ ଫେସବୁକ ଆକାଉଣ୍ଟରେ ଫଟୋଗୁଡ଼ିକୁ ପୋଷ୍ଟ କରିଥିଲେ। ସାମ୍ବାଦିକମାନେ ଏନେଇ ପ୍ରଶ୍ନ ଉଠାଇବା ପରେ ଫେସବୁକରୁ ପୋଷ୍ଟଗୁଡିକ ହଟାଇଥିଲେ ଫାର୍ମାସିଷ୍ଟ ଶ୍ରୀ ବେହେରା। ସଂପୃକ୍ତ ଫାର୍ମାସିଷ୍ଟ ଶ୍ରୀ ବେହେରା ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଗସ୍ତକୁ ସ୍ମୃତି ଭାବେ ରଖିବା ପାଇଁ ଫଟୋ ଉଠାଇଥିଲି। ଫଟୋ ଉଠାଇବା ପୂର୍ବରୁ ସେଠାରେ ମୁତୟନ ସୁରକ୍ଷା କର୍ମୀଙ୍କ ପରାମର୍ଶ ନେଇଥିବା ସେ ପ୍ରକାଶ କରିଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories