www.samajalive.in
Friday, December 12, 2025
27.1 C
Bhubaneswar

କେଜରିୱାଲଙ୍କ ବଙ୍ଗଳା ମରାମତିରେ ୧୭୧ କୋଟି ଖର୍ଚ୍ଚ : ଅଜୟ ମାକେନ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରୀ ବଙ୍ଗଳା ମରାମତି ବାବଦରେ ୧୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦାବି କରିଛନ୍ତି କଂଗ୍ରେସ ନେତା ଅଜୟ ମାକେନ। ରବିବାର ମାକେନ କହିଛନ୍ତି ଯେ କେଜରିୱାଲଙ୍କ ବଙ୍ଗଳା ମରାମତି ବାବଦରେ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ପୂର୍ବରୁ କୁହାଯାଇଥିଲା। ମାତ୍ର ବାସ୍ତବରେ ଏହି ଅର୍ଥର ପରିମାଣ ୧୭୧ କୋଟି ଟଙ୍କା। କେଜରିୱାଲଙ୍କ ବଙ୍ଗଳା ଚାରିପଟେ ୪ଟି କୋଠା ରହିଛି। ଏହିସବୁ କୋଠାରେ ଦିଲ୍ଲୀ ସରକାରଙ୍କ ୨୨ଜଣ ଅଧିକାରୀ ବାସ କରନ୍ତି। ବଙ୍ଗଳାର ପୁନଃନିର୍ମାଣ ପାଇଁ ଚାରିପଟେ ଥିବା ଘରଗୁଡିକୁ ଖାଲି କରାଯାଇଥିଲା। ସରକାରୀ ଅଧିକାରୀଙ୍କୁ ସେମାନଙ୍କ ବାସ ଭବନରୁ ବାହାର କରାଯିବା ପରେ ସରକାର ସେମାନଙ୍କ ପାଇଁ ଅନ୍ୟସ୍ଥାନରେ ଘର କିଣିଥିଲେ। ସରକାରୀ ଅଧିକାରୀମାନଙ୍କ ରହିବା ଲାଗି ରାଜ୍ୟଗୋଷ୍ଠୀ ଗ୍ରାମରେ ୨୧ଟି ଟାଇପ୍ ୫ ଫ୍ଲାଟ କିଣା ଯାଇଥିଲା। ଏଥିପାଇଁ ୧୨୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ଅର୍ଥ ଦିଲ୍ଲୀ ସରକାରଙ୍କ ରାଜକୋଷରୁ ବ୍ୟୟ କରାଯାଇଥିଲା। ଏହା ବ୍ୟତୀତ ବଙ୍ଗଳାର ପୁନଃନିର୍ମାଣରେ ୪୫ କୋଟି ଖର୍ଚ୍ଚ ହୋଇଥିଲା। ଏହିପରି ଭାବେ ମୋଟ ୧୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ମାକେନ କହିଛନ୍ତି। କେଜରିୱାଲଙ୍କ ବଙ୍ଗଳା ପୁନଃନିର୍ମାଣରେ ଏତେ ଟଙ୍କା ଖର୍ଚ୍ଚ ହେବାର ଅଭିଯୋଗ ପରେ ଉପରାଜ୍ୟପାଳ ଭିକେ ସାକସେନା ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ଦିଲ୍ଲୀର ଆପ୍ ସରକାର ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories