www.samajalive.in
Thursday, December 11, 2025
18.1 C
Bhubaneswar

କୃଷି ବିଭାଗ ଫାର୍ମ ଧାନ ବିହନ ବିକ୍ରିରେ ସମସ୍ୟା ; ବଳିପଡ଼ିବ ୩୦ ହଜାର କ୍ବିଣ୍ଟାଲ

ଭୁବନେଶ୍ବର : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଚାଷୀ ଧାନ ବୁଣାବୁଣିରେ ଲାଗି ପଡ଼ିଛନ୍ତି; କିନ୍ତୁ ବିହନ ଅଭାବ ଯୋଗୁଁ ଅନେକ ଚାଷୀ ଧାନ ବୁଣି ପାରୁନାହାନ୍ତି। ବାଧ୍ୟ ହୋଇ ଚାଷୀ ପୁରୁଣା ଧାନ ବୁଣୁଛନ୍ତି। ସରକାରଙ୍କ ଶତପ୍ରତିଶତ ପ୍ରତ୍ୟକ୍ଷ ଲାଭାର୍ଥ ହସ୍ତାନ୍ତର(ଡିବିଟି) ଏବଂ ୱାନ ଟାଇମ ପାସୱାର୍ଡ (ଓଟିପି)ବ୍ୟବସ୍ଥା ଲାଗୁ ଯୋଗୁଁ ଧାନ ବିହନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି। କେବଳ ଓଡ଼ିଶା ରାଜ୍ୟ ବିହନ ନିଗମର ଧାନ ବିହନ ବିକ୍ରିରେ ସମସ୍ୟା ଉପୁଜିଛି ତାହା ନୁହେଁ; ବରଂ କୃଷି ବିଭାଗର ନିଜସ୍ୱ ଫାର୍ମର ୩୦ ହଜାର କୁଇଣ୍ଟାଲ ଧାନ ବିହନ ବଳି ପଡ଼ିବାର ଆଶଙ୍କା ରହିଛି। ଏ ବାବଦରେ ସରକାରଙ୍କୁ ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହେବା ଆଶଙ୍କା କରାଯାଉଛି।
ମହାମାରୀ ଯୋଗୁଁ ବିଶ୍ବରେ ଅର୍ଥନୀତି ମାନ୍ଦାବସ୍ଥା ଏବଂ ଖାଦ୍ୟଶସ୍ୟ ଅଭାବ କାରଣରୁ ସାରା ବିଶ୍ୱରେ ୪୦ % ଖାଦ୍ୟଶସ୍ୟର ମୂଲ୍ୟ ବୁଦ୍ଧି ଘଟିଛି। ଏପରିସ୍ଥଳେ ଧାନ ବିହନରେ ଶତପ୍ରତିଶତ ଡିବିଟି ଏବଂ ଓଟିପି ବ୍ୟବସ୍ଥା ଲାଗୁ କରିବା ଖାଦ୍ୟ ଶସ୍ୟ ଉତ୍ପାଦନ ଉପରେ ପ୍ରଭାବ ପଡିବାର ସମ୍ଭାବନା ରହିଥିବା କୃଷି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଜିଲା କୃଷି ଅଧିକାରୀ, ଡିଲର ଏବଂ ସମବାୟ ସଂସ୍ଥା ଗୁଡିକ ବିଭାଗୀୟ ମନ୍ତ୍ରୀ ଓ କୃଷି ସଚିବଙ୍କୁ ଜଟିଳ ସମସ୍ୟା ବିଷୟରେ ଜଣାଇ ଆସୁଛନ୍ତି; କିନ୍ତୁ ଅଧିକାରୀମାନେ ଏଦିଗରେ ପଦକ୍ଷେପ ଗ୍ରହଣ କରୁ ନ ଥିବା ଜଣାପଡିଛି। ଧାନ ବିହନ ବିକ୍ରି ସମୟ ସୀମା ସରିବାକୁ ବସିଛି। ଓଟିପି ପ୍ରତ୍ୟାହାର ନ ହେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଡିଲର, ସମବାୟ ସଂସ୍ଥା ଏବଂ ଚାଷୀମାନେ ଅଭିଯୋଗ କରିଛନ୍ତି।
ରିଆତି ମୂଲ୍ୟ ପରେ ଧାନ ବିହନ କ୍ବିଣ୍ଟାଲ ମୂଲ୍ୟ ୨୦୫୦ ଟଙ୍କା ରହୁଛି। ପୁଣି ଧାନର ଏମଏସପି ମୂଲ୍ୟ ୧୯୪୦ ଟଙ୍କା। ଖୋଲା ବଜାରରେ ଧାନ କ୍ବିଣ୍ଟାଲ ମୂଲ୍ୟ ୧୫ଶହ ରହିଥିବା ବେଳେ ଡିଲର ଏବଂ ସମବାୟ ସଂସ୍ଥା ଗୁଡିକ ଧାନ ବିହନ ଉପରେ କଳାବଜାର କରିବା ଅସମ୍ଭବ ବୋଲି କୁହାଯାଉଛି। କୃଷି ବିଭାଗର ନିଜସ୍ୱ ଫାର୍ମରୁ ଉତ୍ପାଦିତ ଧାନ ବିହନ ଏବଂ ନିଗମର ଧାନ ବିହନ ଚାଷୀ ବୁଣିବା ଦ୍ବାରା ଅଧିକ ଅମଳ ହୋଇଥାଏ। ଏହି ବିହନ ମରୁଡ଼ି ସହନଶୀଳତା, ବୁଡା ପାଣିରେ ବଞ୍ଚିବା, ଲୁଣି ପାଣିରେ ବଢ଼଼ିପାରିବ। ଚାଷୀଙ୍କ ଅମଳ ଦୁଇଗୁଣା କରିବା ପାଇଁ ସରକାର ନିଗମ ଜରିଆରେ ରିଆତି ଦେଇ ଧାନ ବିହନ ବିକ୍ରି କରୁଥିଲେ ମଧ୍ୟ ଜଟିଳ ପ୍ରକ୍ରିୟା ଦାଉ ସାଜୁଛି।
ବିଭାଗର ବଳକା ବିହନକୁ ଧାନ ହିସାବରେ ବିକ୍ରି କରାଗଲେ କ୍ଷତି ଭରଣା ହୋଇପାରିବନାହିଁ। କାରଣ ଧାନ ବିହନ କ୍ବିଣ୍ଟାଲ ମୂଲ୍ୟ ୩୫୦୭ ଟଙ୍କା ରହିଛି। ଏହାକୁ ମଣ୍ଡିରେ ବିକ୍ରି କଲେ କ୍ବିଣ୍ଟାଲ ପିଛା ୧୯୪୦ ଟଙ୍କା ମିଳିବ। ଫଳରେ କୁଇଣ୍ଟାଲ ପିଛା ୧୫୬୭ ଟଙ୍କା ସରକାରଙ୍କୁ କ୍ଷତି ସହିବାକୁ ପଡ଼ିବ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories