ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ଆରମ୍ଭ
ପୁରୀ: ଆଜି ପୁଣି ରତ୍ନଭଣ୍ଡାର ଖୋଲିବା ନେଇ ଗଠିତ ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ବସିଛି । କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବୈଠକ ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଖୋଲିବା ନେଇ ହୋଇପାରେ ନିଷ୍ପତି । କେଉଁଦିନ ଖୋଲାଯିବ ରତ୍ନଭଣ୍ଡାର ସେସମ୍ପର୍କରେ ଆଲୋଚନା ହୋଇପାରେ । ଗତ ୬ତାରିଖ ଦିନ ଅନୁଷ୍ଠିତ ହୋଇଯାଇଥିବା ବୈଠକରେ ରତ୍ନଭଣ୍ଡାର ଚାବି ସମ୍ପର୍କରେ ଆଲୋଚନା ହୋଇଥିଲା । ଟ୍ରେଜେରୀରେ ଥିବା ନକଲି ଚାବିକୁ କମିଟି ସମ୍ମୁଖରେ ଆଜି ଉପସ୍ଥାପନ କରାଯାଇପାରେ । ନକଲି ଚାବିରେ ଭଣ୍ଡାର ନଖୋଲିଲେ ତାଲା ଭଙ୍ଗାଯିବା ନେଇ ନିଷ୍ପତି ହୋଇଥିଲା ।
Comments are closed.