www.samajalive.in
Saturday, December 13, 2025
26.1 C
Bhubaneswar

ଆଇପିଓ ପାଣ୍ଠି ହେରଫେର ପ୍ରସଙ୍ଗ : ୟଶ ବିର୍ଲା ୨ବର୍ଷ ପାଇଁ ପୁଞ୍ଜିବଜାରରୁ ବାସନ୍ଦ

ନୂଆଦିଲ୍ଲୀ : ପ୍ରାରମ୍ଭିକ ପବ୍ଲିକ୍‌ ଅଫର (ଆଇପିଓ) ପାଣ୍ଠି ହେରଫେର କରିବା ଯଶୋବର୍ଦ୍ଧନ (ୟଶ) ବିର୍ଲାଙ୍କ ପାଇଁ ମହଙ୍ଗା ପଡିଛି। ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ବଜାର ନିୟାମକ ଭାରତୀୟ ପ୍ରତିଭୂତି ବିନିୟମ ବୋର୍ଡ (ସେବି) ୟଶ ବିର୍ଲାଙ୍କୁ ୨ ବର୍ଷ ପାଇଁ ବଜାର କାରବାରରୁ ବାସନ୍ଦ କରିଛି। ସୂଚନାଯୋଗ୍ୟ, ୨୦୧୧ ମଧ୍ୟ ଭାଗରେ ବିର୍ଲା ପାସିଫିକ୍‌ ମେଡ୍‌ସ୍ପା ପାଇଁ ଆଇପିଓ ଜରିଆରେ ପାଣ୍ଠି ସଂଗ୍ରହ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ପାଣ୍ଠି ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଥିଲା, ଯେଉଁଥିରେ ୟଶଙ୍କ ସମ୍ପୃକ୍ତି ରହିଥିଲା। କେବଳ ୟଶ ନୁହଁନ୍ତି ଆଉ କେତେକ ବ୍ୟକ୍ତିଙ୍କୁ ମଧ୍ୟ ବଜାର ନିୟାମକ ଏହି ଘଟଣାର ସମ୍ପୃକ୍ତି ଥିବା ନେଇ ବଜାର କାରବାର ସମ୍ପର୍କିତ କଟକଣା ଲାଗୁ କରିଛି। ସେବିର ପୂର୍ଣ୍ଣକାଳ ସଦସ୍ୟ ଅନନ୍ଥ ବରୁଆ ଜାରି କରିଥିବା ୬୧ ପୃଷ୍ଠାର ନିର୍ଦେଶନାମା ଅନୁଯାୟୀ, ୨୦୧୧ ଜୁନ୍‌ରେ ବିର୍ଲା ମେଡ୍‌ ସ୍ପା ଏହାର ୬୫ କୋଟି ଟଙ୍କାର ଆଇପିଓ ଘୋଣୋ କରିଥିଲା। ଜୁନ୍‌ ୭ରେ ଏହି ଶେୟାରଗୁଡିକ ପୁଞ୍ଜି ବଜାରରେ ଲିଷ୍ଟିଂ ହୋଇଥିଲା। ଲିଷ୍ଟିଂ କରାଯିବାର ଅଳ୍ପ କିଛି ଦିନରେ ଏହି ଆଇପିଓର ଏକ ବୃହତ୍‌ ପରିମାଣର ଅର୍ଥକୁ ଅନ୍ୟ ଏକ କମ୍ପାନୀକୁ ସ୍ଥାନାନ୍ତର କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories