ଡମପଡ଼ା ବ୍ଲକସ୍ତରୀୟ ବିଜ୍ଞାନ ମେଳା

ବାଙ୍କୀ: ବାଙ୍କୀ-ଡମପଡ଼ା ବ୍ଲକସ୍ତରୀୟ ବିଜ୍ଞାନ ମେଳା ବୁଧବାର ସ୍ଥାନୀୟ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟା ସମୟରେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ୍‍ ଉଦ୍‍ଘାଟକ ଏବଂ ବାଙ୍କୀ ଏନ୍‍ଏସି ନଗରପାଳିକା ମାଣିକ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବିଜ୍ଞାନ ବେଳାର ଶୁଭ ଉଦ୍‍ଘାଟନ କରିଥିଲେ। ମଣ୍ଡଳ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‍ଘାଟନୀ ସଭାରେ ଶିକ୍ଷକ କାର୍ତ୍ତିକ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଜ୍ଞାନ ମେଳାର କାର୍ଯ୍ୟକାରୀ ସମ୍ପାଦକ କାହ୍ନୁ ଚରଣ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗଦାଧର ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ମିନତୀ ମହାପାତ୍ର, ଏବିଇଓ ପ୍ରଫୁଲ୍ଲ କୁମାର ବେହେରା, ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟି ଅଧ୍ୟକ୍ଷା ବାସନ୍ତି ମନ୍ତ୍ରୀ ପ୍ରମୁଖ ଯୋଗ ଦେଇ ବିଜ୍ଞାନ ମେଳା ଆୟୋଜନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଉଦ୍‍ଘାଟନୀ ଉତ୍ସବରେ ବଳରାମ ପାଇକରାୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପରେ ପରେ ଅତିଥିମାନେ ପ୍ରଦର୍ଶିତ ୯୪ଗୋଟି ବିଜ୍ଞାନଭିତ୍ତିକ ପ୍ରକଳ୍ପକୁ ପରିଦର୍ଶନ କରିବା ସହିତ ଅନସନ୍ଧିତ୍ସୁ କୁନି ବୈଜ୍ଞାନିକମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ। ସେହିପରି ୧୧/୩୦ମି. ସମୟରେ ବିଜ୍ଞାନ ମେଳାର ଉଦ୍‍ଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ସଞ୍ଚାଳିତ ଉଦ୍‍ଯାପନୀ ଉତ୍ସବରେ ଅତିରିକ୍ତ ବ୍ଲକ୍‍ ଶିକ୍ଷାଧିକାରୀ ଅଶୋକ ପଟ୍ଟନାୟକ ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ କୁମାର ସାହୁ ଏବଂ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପ୍ଟେନ ଭବାନୀ ପ୍ରସାଦ ହୋତା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ଏବଂ ସି.ଆର୍‍.ସି.ସି ଦିଲ୍ଲିପ କୁମାର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

prayash

ଅତିଥିମାନଙ୍କ ଦ୍ୱାରା ଶ୍ରେଷ୍ଠ ପ୍ରଦର୍ଶିତ ପ୍ରତିଯୋଗିମାନଙ୍କ ପୁରସ୍କୃତ କରାଯାଇଥିଲା। ସର୍ବକନିଷ୍ଠ ବିଭାଗରେ ଓମ୍‍ ସାରଥି ମହାପାତ୍ର(୧ମ), ପ୍ରିତମ୍‍ ରାଉତ(୨ୟ), ସ୍ୱାଧୀନ ବେହେରା(୩ୟ) ପୁରସ୍କାର ଗ୍ରହଣ କରିଥିବା ସମୟରେ କନିଷ୍ଠ ବିଭାଗରେ ଶ୍ରୀମୟୀ ବେହେରା(୧ମ), ରାମଚନ୍ଦ୍ର ଦାସ(୨ୟ), ଶୁଭ୍ରାଂଶୁ ବେହେରା(୩ୟ) ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ସେହିପରି ବରିଷ୍ଠ ବିଭାଗରେ ଜ୍ୟୋତିପ୍ରକାଶ ସାମନ୍ତରାୟ(୧ମ), ସୋମନାଥ ସାହୁ(୨ୟ), ଦେବିକା ଦିବ୍ୟଦର୍ଶିନୀ(୩ୟ) ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଦୀର୍ଘ ୨ବର୍ଷ ପରେ ବିଜ୍ଞାନମେଳାର ଆୟୋଜନ ଯୋଗୁ କୁନି ବୈଜ୍ଞାନିକମାନଙ୍କ ମଧ୍ୟରେ ଯଥେଷ୍ଟ ଉତ୍ସୁକତା ପ୍ରକାଶ ପାଇଥିଲା। ସଫଳ ବିଜ୍ଞାନମେଳାର ଆୟୋଜନ ପାଇଁ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସମସ୍ତ ସହଯୋଗୀ ଶିକ୍ଷକ, ସିଆର୍‍ସିସି ଏବଂ ଆୟୋଜକ ବିଦ୍ୟାଳୟକୁ ଧନ୍ୟବାଦ ଦିଆଯାଇଛି। ଶାନ୍ତି ଓ ଶୃଙ୍ଖଳାର ସହିତ ବିଜ୍ଞାନମେଳା ଉଦ୍‍ଯାପିତ ହୋଇଛି।

kalyan agarbati

Comments are closed.