ଭୁବନେଶ୍ୱର: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ସୁରୁଖୁରୁ ରହିଥିଲା । ଗୃହରେ ଉତ୍ତର ରଖିଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟରେ ବିଭିନ୍ନ ସ୍କୁଲରେ ଥିବା ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିରୋଧୀ ଦଳର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ପୂର୍ବ ସରକାର ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିଥିଲେ । ଆମ ସରକାର ସେଭଳି ୪୬ଟି ସ୍କୁଲକୁ ଖୋଲି ସାରିଲେଣି । ଜିଲ୍ଲାସ୍ତରୀୟ କମିଟିରୁ ନିବେଦନ ଆସିବା ପରେ ବିଚାର କରି ଖୋଲାଯାଉଛି ।
Popular Categories



