www.samajalive.in
Thursday, December 11, 2025
14.1 C
Bhubaneswar

ସର୍ଗିବାହାଲ ହାଇସ୍କୁଲରେ ତାଲା

ପଦ୍ମପୁର:ପଦ୍ମପୁର ଉପଖଣ୍ତ ସର୍ଗିବାହାଲ  ଆଦିବାସୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ଆଜି ତାଲାବନ୍ଦ କରିଛନ୍ତି  ।  କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ବାଦଶ ପ୍ରଧାନଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଏପରି ପଦକ୍ଷେପ ନିଆଯାଇଛି । ବିଦ୍ୟାଳୟ ପରିଚାଲନା କମିଟି ଗଠନ ରେ ଜାଲିଆତି, ପାଣ୍ଠିର ଅସଦ ବ୍ୟବହାର , ପୁରୁଣା ହଷ୍ଟେଲକୁ ସ୍ବଇଚ୍ଛାରେ ଭାଙ୍ଗିବା, ପାଠପଢ଼ା ରେ ଅବହେଳା ପାଇଁ ଗ୍ରାମବାସୀ ବଦଳି ଦାବିରେ ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼ଙ୍କୁ ଜୁନ ମାସରୁ ଅନେକ ଥର ଅବଗତ କରି ଥିଲେ । କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା । ଗ୍ରାମବାସୀ ତାଂକର ପୁଞିଭୂତ ଅସନ୍ତୋଷ ପରିପ୍ରକାଶ କରିଛନ୍ତି । ଯାହା ଫଳରେ ଗ୍ରାମବାସୀ  ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଚିନ୍ତା କରି ତାଲାବନ୍ଦ କରିଛନ୍ତି  । ପ୍ରକାଶ ଥାଉକି ଏଠାରେ ଜଣେ ଶିକ୍ଷୟତ୍ରୀ ପ୍ରାୟ ଦଶ ମାସ ହେଲା ଯୋଗଦାନ କରିଛନ୍ତି  । ମାତ୍ର ପ୍ରଧାନ ତାଙ୍କୁ ଏ ଯାଏଁ ତାଙ୍କ ଦାୟିତ୍ୱ ଦେଇ ନାହାନ୍ତି  ଏବଂ ନିଜେ ସମସ୍ତ କାର୍ଯ୍ୟ ତୁଲାଉଛନ୍ତି । ଶିକ୍ଷାନୁଷ୍ଠାନ ପରି ପବିତ୍ର ମନ୍ଦିରରେ ଏପରି କାର୍ଯ୍ୟକଳାପ ପ୍ରତି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଶୀତଳ ବରିହା,ଲୋଚନ ବରିହା, ସୁଧିର ମେହେର ,ଚିତ୍ରସେନ ବେହେରା , ରାଜିବ ମେହେର ,ଦୀପକ ବରିହା, ଛାୟା ମେହେର, କିରଟ ବରିହା, ଗୁଣ ସାଗର ନାୟକ, ଶ୍ରୀବନ୍ତ ଦାସ,, ମନୋଜ ମେହେର, ପ୍ରଶାନ୍ତ ମେହେର ପ୍ରମୁଖ ଶିକ୍ଷାପ୍ରେମୀ ଦାବୀ କରିଛନ୍ତି ।

Hot this week

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

Related Articles

Popular Categories