www.samajalive.in
Wednesday, December 10, 2025
23.1 C
Bhubaneswar

ସ୍କୁଲବସ୍ ଯୋଗାଣ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ପାରାଦୀପ: ପାରାଦୀପ ନେହେରୁବଙ୍ଗଳା ଗେଷ୍ଟହାଉସକୁ ଘେରାଉ କରିଛନ୍ତି ଶହଶହ ଛାତ୍ରଛାତ୍ରୀ। ସ୍କୁଲବସ୍ ଯୋଗାଣ ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗେଷ୍ଟହାଉସରେ ବିଧାନସଭା ଅର୍ଥ କମିଟି ସଦସ୍ୟ ରହିଥିବା ଜଣାପଡ଼ିଛି।  ବିଧାୟକ ସରୋଜ ସାମଲଙ୍କ ଅଧକ୍ଷତାରେ ଆସିଥିବା କମିଟିର ସଦସ୍ୟ ଗତକାଲି ଜଗତସିଂହପୁରରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବାପରେ ଏଠାରେ ରାତ୍ରୀ ଯାପନ କରିଥିଲେ। ତେବେ ନେହେରୁବଙ୍ଗଳାରୁ ଶତାଧିକ ଛାତ୍ରଛାତ୍ରୀ ପ୍ରତିଦିନ ପାରାଦୀପରେ ଥିବା ବିଭିନ୍ନ ସ୍କୁଲକୁ ପ୍ରାୟ ୧୨ କିଲୋମିଟର ବସରେ ଯାତାୟତ କରିଥାନ୍ତି। କିନ୍ତୁ ଚଳିତବର୍ଷ ସ୍କୁଲ ଖୋଲିବା ପରେ କର୍ତୃପକ୍ଷ ପିଲାମାନଙ୍କ ଯାତାୟତ ପାଇଁ ବସ ଯୋଗାଇ ନାହାନ୍ତି। ଏହାକୁ ନେଇ ଅନେକବାର ବନ୍ଦର କର୍ତୃପକ୍ଷ ଏବଂ ପୌରପରିଷଦ କର୍ତୃପକ୍ଷଙ୍କ ନିକଟରେ ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏହାକୁ ନେଇ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବର୍ଷାରେ ଓଦାହୋଇ ବିକ୍ଷୋଭ କରିଛନ୍ତି। ତେବେ ଘଟଣାସ୍ଥଳରେ ପାରାଦୀପ ମେରାଇନ୍ ପୁଲିସ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories