ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବିଜେପିର ରଥାଯାତ୍ରା ପାଇଁ ସୁପ୍ରିମକୋର୍ଟରୁ ଜୋରଦାର ଝଟକା ଲାଗିଛି। ମଙ୍ଗଳବାର ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିରେ କୌଣସି ପ୍ରକାରର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ହିଂସାର ସଙ୍କେତ ଭିତ୍ତିହୀନ ନୁହେଁ। ଏହାସହ ପୁନଃ ଆବେଦନ କରି ରଥଯାତ୍ରା ପାଇଁ ଅନୁମତି ନେବାକୁ ବିଜେପିକୁ କହିଛନ୍ତି। ବାକ୍ ସ୍ୱାଧିନତାକୁ ଦୃଷ୍ଟିରେ ରଖି ବିଜେପିର ରଥଯାତ୍ରା ଆବେଦନ ଉପରେ ନିର୍ଣ୍ଣୟ କରିବାକୁ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ କୋଲକତା ହାଇକୋର୍ଟର ଜଣକିଆ ଖଣ୍ଡପୀଠ ରାୟକୁ ଚାଲେଞ୍ଜ କରିି ବିଜେପି ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲା।
କୋଲକାତାରେ ବିଜେପି ରଥଯାତ୍ରାକୁ ଝଟକା
Popular Categories



