www.samajalive.in
Monday, December 8, 2025
14.1 C
Bhubaneswar

ବିନାକାରଣରେ ଉଡାଣ ବାତିଲ ମହଙ୍ଗା ପଡିଲା,ଯାତ୍ରୀଙ୍କୁ ୯୮ ହଜାରଟଙ୍କା ଜରିମାନା ଗଣିବ ‘ଗୋ ଏୟାର

ନୂଆଦିଲ୍ଲୀ – କୌଣସି କାରଣ ନଥାଏ ବିମାନର ଉଡାଣ ବାତିଲ କରିବାରୁ ଗୋ-ଏୟାରକୁ ୯୮ ହଜାର ଟଙ୍କା ଜରିମାନା ଦେବାକୁ ପଡିଛି । ମୁମ୍ବାଇର ଜୟସ ପାଣ୍ଡ୍ୟା ୨୦୧୫ ମସିହା ଫେବ୍ରୁଆରୀ ୧୭ତାରିଖରେ  ନିଜ ଝିଅର ବାହାଘର ପାଇଁ ଅହମ୍ମଦାବାଦରୁ ମୁମ୍ବଇ ତାଙ୍କର ବନ୍ଧୁ ବାନ୍ଧବ ଆସିବା ପାଇଁ ୨୫ଟି ଟିକେଟକୁ ୫୦ ହଜାର ଟଙ୍କା ଦେଇ କିଣିଥିଲେ । ମାତ୍ରା  କୌଣସି କାରଣ ନ ଦର୍ଶାଇ ଗୋ ଏୟାର ତାହାର ବିମାନ ଉଡାଣକୁ ସେହି ଦିନ ବାତିଲ କରି ଦେଇଥିଲେ । ଜୟସ ପାଣ୍ଡ୍ୟା ବାଧ୍ୟ   ହୋଇ ଅନ୍ୟ ଭିସ୍ତାରା ଏୟାର ଲାଇନର ୨୪ଟି ଟିକେଟକୁ ୮୮ ହଜାର୮୧୬ ଟଙ୍କା ଦେଇ କିଣିଥିଲେ । ତାଙ୍କର ଟଙ୍କା ଫେରସ୍ତ  କରିବା ପାଇଁ ସେ ଗୋ ଏୟାର କର୍ତ୍ତୃପକ୍ଷଙ୍କୁ କହିଥିଲେ । ସେମାନେ ମାତ୍ର ୩ ହଜାର ଟଙ୍କାର ଏକ କ୍ରେଡିଟ୍‌ ଭାଉଚର ତାଙ୍କୁ ଦେଇଥିଲେ । ତାଙ୍କ ଆକାଉଣ୍ଟକୁ ଟଙ୍କା ଆସି ନଥିଲା । ଏହା ପରେ ସେ ଉପଭୋକ୍ତା ଅଦାଲତରେ ୨୦୧୬ ମସିହାରେ ଏକ ମାମଲା ରୁଜୁ କରିଥିଲେ ।

ହିନ୍ଦୁସ୍ତାନ ଟାଇମସ୍‌ରେ ବାହାରିଥିବା ଖବର ଅନୁଯାୟୀ ସେ  ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟଠାରୁ ସୂଚନା ଅଧିକାର ଆଇ ଅନୁସାରେ ସେ ଦିନର ବିମାନ ବାତିଲ ପାଇଁ କୌଣସି କାରଣ ନଥିବା ଓ ବିମାନର ସମୟ ପରିବର୍ତ୍ତନ ହୋଇ ନଥିବା ଜାଣିବାକୁ ପାଇଥିଲେ । ମାମଲା ଚାଲିଥିବା ସମୟରେ  ଗୋ ଏୟାର ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ ନିର୍ଦେଶ ଅନୁସାରେ ବିମାନର ସମୟ ପରିବର୍ତ୍ତନ ହୋଇଥିବା ଜଣାଇଥିଲା । ଅନ୍ୟ କେତକ ପ୍ରମାଣ ଗୋ ଏୟାର ବିପକ୍ଷରେ ଯାଇଥିଲା । ଏହାପରେ ଉପଭୋକ୍ତା ଅଦାଲତ ଗୋ-ଏୟାରକୁ  ଜୟସ ପାଣ୍ଡ୍ୟାଙ୍କର ଟିକେଟ ପାଇଁ ୫୦ ହଜାର ଟଙ୍କା ସହ ଅତିରିକ୍ତ ଖର୍ଚ୍ଚ  ହୋଇଥିବା ୩୮,୮୧୬ ଟଙ୍କା ଓ ୧୦,୦୦୦ଟଙ୍କା କ୍ଷତି ପୂରଣ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories