www.samajalive.in
Monday, December 8, 2025
13.1 C
Bhubaneswar

୩ ସପ୍ତାହ ପରେ ଆସିବ ସାବରିମାଳା ରାୟ

ନୂଆଦିଲ୍ଲୀ: କେରଳର ଐତିହାସିକ ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ ଦେଇଥିବା ରାୟକୁ ବିରୋଧ କରି ଯେଉଁସବୁ ଆବେଦନ କରାଯାଇଥିଲା, ସୋମବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‍. ଏ ବୋବ୍‍ଡେଙ୍କ ନେତୃତ୍ୱରେ ଗଠିତ ୯ଜଣଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଓକିଲମାନଙ୍କୁ ତିନି ସପ୍ତାହ ସମୟ ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ସହ ବିଚାରପତି ଆର୍. ଭାନୁମତି, ଅଶୋକ ଭୂଷଣ, ଏଲ୍.ନାଗେଶ୍ୱର ରାଓ, ଏମ୍.ଏମ୍. ସନ୍ତନଗୌଡ଼ା, ଏସ୍.ଏ. ନଜୀର, ଆର୍.ସୁବାସ ରେଡ୍ଡୀ, ବି.ଆର୍. ଗବାଇ ଏବଂ ସୂର୍ୟ୍ୟକାନ୍ତଙ୍କୁ ନେଇ ଏହି ୯ ଜଣିଆ ପୀଠ ଗଠିତ ହୋଇଛି।

ସୋମବାର ସାବରିମାଳା ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‍. ଏ ବୋବ୍‍ଡେ କହିଛନ୍ତି ‘ ଆମେ ରିଭିଉ ପିଟିସନ ଗୁଡିକର ଶୁଣାଣି କରୁନାହୁଁ। ପାଞ୍ଚଜଣିଆ ଖଣ୍ଡପୀଠ ଯେଉଁ ସାତଟି ପ୍ରଶ୍ନ ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍ କରିଥିଲେ ଆମେ କେବଳ ସେଗୁଡ଼ିକର ଶୁଣାଣି କରିବୁ।’ ସାବରିମାଳା ପୀଠକୁ ଯିବା କ୍ଷେତ୍ରରେ ମୁସଲମାନ ଓ ପାର୍ସୀ ମହିଳାଙ୍କ ପ୍ରତି ସେମାନଙ୍କ ଧର୍ମରେ ଯେଉଁ କଟକଣା ରହିଛି, ତାହାର ଅବସାନ ପାଇଁ ହୋଇଥିବା କେତେକ ଆବେଦନର ମଧ୍ୟ ଶୁଣାଣି କରାଯିବ। ଏହି ଦୁଇବର୍ଗର ମହିଳାଙ୍କୁ ସାବରିମାଳା ମନ୍ଦିରରେ ପ୍ରବେଶ କ୍ଷେତ୍ରରେ ପାତର ଅନ୍ତର କରାଯାଉଥିବା ଆବେଦନକାରୀମାନେ ଦର୍ଶାଇଛନ୍ତି।

- Advertisement -

ସୂଚନାଯୋଗ୍ୟ ୨୦୧୮ ସେପ୍ଟେମ୍ଵର ୧୮ରେ ସାବରିମାଳା ଭଗବାନ ଅୟପ୍ପାଙ୍କ ମନ୍ଦିରରେ ସମସ୍ତ ବୟସ ବର୍ଗର ମହିଳାଙ୍କ ପ୍ରବେଶକୁ ନେଇ ଅନୁମତି ଦେଇଥିଲେ। ସର୍ବୋଚ ନ୍ୟାୟାଳୟ ଏନେଇ କହିଥିଲେ ଯେ, ଲିଙ୍ଗଗତ ଆଧାରରେ ମନ୍ଦିର ଭିତରେ ମହିଳାଙ୍କ ପ୍ରବେଶକୁ ନେଇ ପ୍ରତିବନ୍ଧକ ଲଗାଇବା ଏହା ଏକ ଭେଦଭାବ। ଯଦ୍ଵାରା ମହିଳାଙ୍କ ମୌଳିକ ଅଧିକାର ଖଣ୍ଡନ ହେଉଛି। ଯାହାକୁ ନେଇ ଗତ କିଛି ଦିନ କେରଳରେ ରାଜନୈତିକ ମାହୋଲ ମଧ୍ୟ ସରଗରମ ରହିଥିଲା। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କେରଳରେ କଡା ବିରୋଧ କରାଯିବା ସହ ବିକ୍ଷୋଭ ପଦର୍ଶନ କରାଯାଉଥିଲା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories