www.samajalive.in
Saturday, December 6, 2025
26.1 C
Bhubaneswar

‘ସେଣ୍ଟ୍ରାଲ୍‌ ଭିଷ୍ଟା’କୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ, ନିର୍ମାଣ ଉପରେ ଲଗାଇଲେ ରୋକ୍‌

ନୂଆଦିଲ୍ଲୀ: ନୂଆ ସାଂସଦ ଭବନ ‘ସେଣ୍ଟ୍ରାଲ ଭିଷ୍ଟା’କୁ ନେଇ ଦାୟର ହୋଇଥିବା ପିଟିଶନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଏହି ପ୍ରକଳ୍ପ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଯେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ନ ଶୁଣାଇଛନ୍ତି, ସେ ଯାଏ କୌଣସି ନିର୍ମାଣ କାର୍ଯ୍ୟ କିମ୍ବା କୋଠା ଭଙ୍ଗାରୁଜା ହେବ ନାହିଁ ବୋଲି କହିଛନ୍ତି।

- Advertisement -

ଅଦାଲତ ସଲିସିଟର ଜେନେରାଲଙ୍କୁ କହିଥିଲେ, ଆପଣ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ନିର୍ମାଣ ତାରିଖ ଧାର୍ଯ୍ୟ କରିଛନ୍ତି। ମାତ୍ର ଆଗକୁ ଯେପରି କୌଣସି କାର୍ଯ୍ୟ ନ ହୁଏ। ଆମକୁ ଶିଳାନ୍ୟାସ ସହିତ କୌଣସି ସମସ୍ୟା ନାହିଁ, କିନ୍ତୁ କୌଣସି ପ୍ରକାର ନିର୍ମାଣ ନ ହେବା ଉଚିତ ବୋଲି କହି ସୁପ୍ରିମକୋର୍ଟ ତାଗିଦ୍‌ କରିଛନ୍ତି।

କେନ୍ଦ୍ର ସରକାର ଏହି ବୃହତ୍‌ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଆଗକୁ ବଢ଼ାଇବାକୁ ଯୋଜନା କରୁଥିବା ଜାଣି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଡିସେମ୍ବର ୧୦ରୁ ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଥିଲା। ମାତ୍ର ଶୁଣାଣି ସମୟରେ କୋର୍ଟ କହିଛନ୍ତି, ସେଣ୍ଟ୍ରାଲ୍‌ ଭିଷ୍ଟା ପ୍ରକଳ୍ପକୁ ବିରୋଧ କରୁଥିବା ଏକାଧିକ ପିଟିଶନ ଉପରେ ଶୁଣାଣି ନ ସରିବା ପର୍ଯ୍ୟନ୍ତ ସେଠାରେ ନିର୍ମାଣ କାର୍ଯ୍ୟ କିମ୍ବା କୋଠା ବା ଗଛ ଭାଙ୍ଗିବାକୁ ଅନୁମତି ଦିଆଯିବ ନାହିଁ। ତେବେ ସରକାର ପ୍ରକଳ୍ପ ପାଇଁ ଆବଶ୍ୟକ କାଗଜପତ୍ର କାମ କରିପାରିବେ ଏବଂ ଶିଳାନ୍ୟାସ କରିବାର ପ୍ରସ୍ତାବିତ ସମାରୋହ ଆୟୋଜନ କରିପାରିବେ ବୋଲି କୋର୍ଟ କହିଥିଲେ।

ଅଦାଲତଙ୍କ ଏହି ତାଗିଦ୍‌ ପରେ କେନ୍ଦ୍ର ସରକାର ନରମିଛନ୍ତି। ପ୍ରକଳ୍ପର କେବଳ ଶିଳାନ୍ୟାସ କରାଯିବ ବୋଲି ସରକାର କହିଛନ୍ତି। ନିର୍ମାଣ କାର୍ଯ୍ୟ, କୋଠା କିମ୍ବା ଗଛ ଭଙ୍ଗାରୁଜା କରାଯିବ ନାହିଁ ବୋଲି ସଲିସିଟର ଜେନେରାଲ କହିଛନ୍ତି। କୋର୍ଟ କହିଥିଲେ, ଆମେ ଏହା ଉପରେ ରହିତାଦେଶ ଦେଉନାହୁଁ, କିନ୍ତୁ ସରକାର ଯାହା ବି କରିବେ ସେସବୁ କୋର୍ଟଙ୍କ ଆଦେଶ ଅଧୀନରେ ହିଁ ହେବ।

ସୂଚନା ଅନୁସାରେ, ସରକାର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧୀନରେ ନୂଆ ସାଂସଦ ଭବନ ନିର୍ମାଣ କରୁଛନ୍ତି। ଏହା ଅଧୀନରେ ନୂଆ ତ୍ରିକୋଣୀୟ ସଂସଦ ଭବନ, ସାଧାରଣ କେନ୍ଦ୍ରୀୟ ସଚିବାଳୟ ଏବଂ ୩ କିଲୋମିଟର ଲମ୍ବ ରାଜପଥର ପୁନଃବିକଶିତ କରାଯିବ। ନୂଆ ସାଂସଦ ଭବନରେ ୯୦୦ରୁ ୧୨୦୦ ସାଂସଦ ବସିବା ଭଳି କ୍ଷମତା ରହିବ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories