www.samajalive.in
Thursday, December 11, 2025
16.1 C
Bhubaneswar

କର୍ଫ୍ୟୁ କୋହଳ ଅବଧି ବଢ଼ିଲା

ସମ୍ବଲପୁର : ବ୍ୟାପକ ପୁଲିସ ମୁତୟନ ସତ୍ତ୍ବେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଉତ୍ସବ ଅବସରରେ ହୋଇଥିବା ହିଂସାକାଣ୍ଡ ଏବଂ ଏହା ପରେ ସୃଷ୍ଟି ହୋଇଥିବା ଉତ୍ତେଜନା ଜାରି ରହିଛି। ଶୁକ୍ରବାର ମଧ୍ୟରାତ୍ରରୁ ଏଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାନ୍ଧ୍ୟ ଆଇନ(କର୍ଫ୍ୟୁ) ଲାଗୁ କରାଯାଇଥିବା ସତ୍ତ୍ବେ ରବିବାର ସହର ମଧ୍ୟସ୍ଥ ତଅଁଳାପଡ଼ାଠାରେ ଏକ ଘରକୁ ଦୁର୍ବୃତ୍ତମାନେ ପୋଡି ଦେଇଛନ୍ତି। ଏପରିକି ଗେଙ୍ଗୁଟିପାଲିର ଏକ କବାଡ଼ିଆ ଦୋକାନରେ ମଧ୍ୟ ନିଅଁା ଲଗାଇ ଦେଇଛନ୍ତି। ଅବଶ୍ୟ ଏହି ଘଟଣାରେ ପୁଲିସ ୫ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଟକ ରଖିବା ସହିତ ସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିପାରିଛି। ଇତିମଧ୍ୟରେ ହିଂସା ଘଟଣା ସଂପୃକ୍ତ ବ୍ୟକ୍ତିଙ୍କ ଗିରଫ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଗତକାଲିଠାରୁ ଏଠାରେ ପହଞ୍ଚିଥିବା ପୁଲିସ ଡିଜି ସୁନୀଲ ବଂଶଲଙ୍କ ସହିତ
ଆଜି ଏଠାରେ ପହଞ୍ଚିଥିବା ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସମ୍ବଲପୁରର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷୀରେ କର୍ଫ୍ୟୁରେ କୋହଳ ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଏଣିକି ସକାଳେ ୪ଘଣ୍ଟା ୭ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ଏବଂ ଅପରାହ୍ନରେ ଅଢ଼େଇ ଘଣ୍ଟା ୩ଟା ୩୦ରୁ ୬ଟା ପର୍ଯ୍ୟନ୍ତ ଲୋକେ ତାଙ୍କର ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବା ପାଇଁ ସୁଯୋଗ ପାଇବେ। ଆଜି ସମ୍ବଲପୁରଠାରେ ୟୁପିଏସି ଏବଂ ଓଡ଼ିଶା ହାଇକୋର୍ଟର ପଦବୀ ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କ ପାଇଁ ଯିବା ଆସିବା, ଖାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିଲା। ଫଳରେ ବିଭିନ୍ନ କେନ୍ଦ୍ରରେ ୩ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ସୁରୁଖୁରୁରେ ପରୀକ୍ଷା ଦେଇ ଘରକୁ ଫେରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ଇଣ୍ଟରନେଟ୍‌ କଟକଣା ଏବଂ କର୍ଫ୍ୟୁ ପରେ ସମ୍ବଲପୁରର ସ୍ଥିତିରେ ସୁଧାର ଆସିଥିଲା। ତେବେ ତଅଁଳାପଡ଼ା ଠାରେ ଏକ ଘର ଭିତରେ କିଛି ସନ୍ଦିଗ୍ଧ ଲୁଚି ରହିଥିବା ଖବର ପ୍ରଚାର ହେବା ପରେ ପୁଣି ଏଠାରେ ଉତ୍ତେଜନା ପ୍ରକାଶ ପାଇଥିଲ।ା ପରେ କିଛି ଦୁର୍ବୃତ୍ତ ସେଠାରେ ଭଙ୍ଗାରୁଜା କରିବା ସହ ପୋଡି ଦେଇଥିଲେ। ପୋଡାଜଳା ଖବର ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିବା ବେଳେ ସେଠାରେ ଜନତାଙ୍କ ସହ ମୁହଁାମୁହଁି ହୋଇଥିଲେ। ଏଣୁ ପୁଲିସକୁ ମୃଦୁ ଲାଠି ଚାଳନା କରି ଭିଡକୁ ନିୟନ୍ତ୍ରିତ କରିବାକୁ ପଡିଥିଲା। ଏହି ଘଟଣାରେ ପୁଲିସ ସେଠାକାର କିଛି ବ୍ୟକ୍ତିଙ୍କୁ ହେପାଜତରେ ନେବା ସମୟରେ ପୁର୍ନବାର ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ନିରୀହ ବ୍ୟକ୍ତିମାନଙ୍କୁ ପୁଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା।
ତେବେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହିଛନ୍ତି ଯେ, ୧୪ ତାରିଖର ଘଟଣା ପରେ ଛୋଟମୋଟ କିଛି ଘଟଣାକୁ ଛାଡିଦେଲେ ସେଭଳି କିଛି ଘଟିନାହିଁ। ପ୍ରତିକାର ସ୍ୱରୂପ କେବଳ କର୍ଫ୍ୟୁକୁ ଜାରି ରଖାଯାଇଛି। ଶାନ୍ତିଶୃଙ୍ଖଳାରେ କ୍ରମାଗତ ଭାବରେ ଉନ୍ନତି ହେଉଛି। ଯଦି ଏଭଳି ଶାନ୍ତିଶୃଙ୍ଖଳା ଜାରି ରହେ, ତାହା ହେଲେ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ କର୍ଫ୍ୟୁକୁ ହଟାଇ ଦିଆଯିବ। ଗଣ୍ଡଗୋଳ କରିଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରାଯାଉଛି ଏବଂ ଅନେକ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।
କର୍ଫ୍ୟୁ କୋହଳ…

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories