କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଐତିହାସିକ ପ୍ରସିଦ୍ଧ ଦେବଗିରି ପାହାଡ଼ରେ ସ୍ପଟିକ ପଞ୍ଚମୁଖୀରେ ଜଳାଭିଷେକ କରିବା ପାଇଁ ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ବର୍ଷା ସତ୍ତ୍ଵେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଦୂର ଦୂରନ୍ତାରୁ ଭକ୍ତମାନେ ରବିବାର ଆସି କଲ୍ୟାଣସିଂହପୁର ଦେବଗିରି ଧାମ ବା କ୍ରାନ୍ତିକାରୀ ଆଶ୍ରମରେ ବିଶ୍ରାମ କରି ଭୋରରୁ ଉଠି ନିକଟସ୍ଥ ନାଳ ବା ନାଗାବଳୀ, କଲ୍ୟାଣୀ ଓ ନାଳର ସଂଗମ ସ୍ଥଳରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ପାଣି ଭାର ନେଇ ଶିବଙ୍କ ଜଳାଭିଷେକ କରିଛନ୍ତି। କିଛି କାଉଡ଼ିଆ ନିଜ ନିଜ ଅଞ୍ଚଳରୁ ପାଣି ଭାର ନେଇ ବର୍ଷାରେ ଭିଜି ଭିଜି ତୁଣ୍ଡରେ ବୋଲବମ୍ ଓ ଶିଵ ପଞ୍ଚାକ୍ଷର ମନ୍ତ୍ର ଜପି ଚାଲି ଚାଲି ଦେବଗିରି ଧାମକୁ ଜଳାଭିଷେକ କରିବା ପାଇଁ ଯାଉଥିବା ଦେଖିବାକୁ ମିଳିଛି। ଏହି ସୋମବାରରେ କଳାହାଣ୍ଡି, ରାୟଗଡ଼ା ଜିଲାର ଭକ୍ତମାନେ ଆସି ଶିବଙ୍କୁ ଜଳଲାଗି କରିଛନ୍ତି। ଉକ୍ତ ବ୍ଲକରେ ଥିବା ସମସ୍ତ ଶିବାଳୟରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
Popular Categories



