www.samajalive.in
Sunday, December 7, 2025
23.1 C
Bhubaneswar

ଶୁଣିଲାନି ପ୍ରଶାସନ; କେନାଲ ମରାମତି କଲେ ଗ୍ରାମବାସୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ଡିବାଲପାଡୁ ଓ ଡିମ୍ବିରିବାଡି ଦୁଇଟି ଗାଁ ଲୋକେ ମିଶି କେନାଲ ମରାମତି କରୁଥିବା ଦେଖିବାକୁ ମିଳିଛି। ବାରମ୍ବାର ବ୍ଲକ ପ୍ରଶାସନ ଓ ଜିଲା ପ୍ରଶାସନକୁ କେନାଲ ମରାମତି ନିମନ୍ତେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟ ନ ହେବା ଯୋଗୁଁ ଦୁଇ ଗ୍ରାମବାସୀ ଏକତ୍ରିତ ହୋଇ ଚାଷ ଜମିକୁ ପାଣି ମଡ଼ାଇବା ପାଇଁ କେନାଲ ମରାମତି କରିଛନ୍ତି। ଉକ୍ତ କେନାଲଟି ବ୍ଲକ ତରଫରୁ କରାଯାଇଥିଲା। ବହୁ ବର୍ଷ ବିତି ଯାଇଥିଲେସୁଦ୍ଧା କେନାଲ ମରାମତି କରାଯାଇନାହିଁ। କେନାଲ ଭାଙ୍ଗିଯାଇଥିବା ସହ କେନାଲଟି ମାଟି ବାଲିରେ ପୋତି ହୋଇଥିଲା। ଯାହା ଫଳରେ ସେହି କେନାଲରେ ଯେତେ ପାଣି ଆସିଲେ ମଧ୍ୟ ଚାଷ ଜମିକୁ ପାଣି ଆସୁ ନ ଥିବା ଯୋଗୁଁ ଦୁଇ ଗ୍ରାମବାସୀ ଏକତ୍ରିତ ହୋଇ ପତି ହୋଇଥିବା କେନାଲର ମାଟି ବାଲିକୁ ବାହାର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କାନସୁ ହିକକା, ଲଦ ହିକକା, ରାମିୟା ହିକକା, ରାମଦାସ ହିକକା, ଏନ ଜନାର୍ଦ୍ଦନ ରାଓ, ଜନ ହିକକା, ଡମ୍ବରୁ ହିକକା, ରାମାରାଓ ହିକକା, ଡ୍ରିକା ହିକକା ପ୍ରମୁଖ ଉପସ୍ଥିତ ରହି ପୋତି ହୋଇଥିବା କେନାଲରୁ ମାଟି ବାଲି ବାହାର କରୁଥିବା ନଜରକୁ ଆସିଛି। ବର୍ତ୍ତମାନ ଚାଷ ସମୟ, ବିଲକୁ ପାଣି ନ ଆସିଲେ କିପରି ଚାଷ କରି ପରିବାର ଭରଣ ପୋଷଣ କରିବା ସହ ସାହୁକାର ଓ ବ୍ୟାଙ୍କରୁ ଆଣିଥିବା ଋଣ ପରିଶୋଧ କରିବୁ ବୋଲି କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories