www.samajalive.in
Saturday, December 6, 2025
19.1 C
Bhubaneswar

ତାଲାବନ୍ଦରେ ସାବିତ୍ରୀ ବ୍ରତ : ଫଳ ବଜାର ସରଗରମ

ସାରନଗରୀ : ସ୍ୱାମୀଙ୍କ ଦୀର୍ଘ ଆୟୁର କାମନା କରି ପାଳିତ ହୋଇଥାଏ ସାବିତ୍ରୀ ବ୍ରତ । ସାବିତ୍ରୀ ବ୍ରତ ପରମ୍ପରା ପୁରାଣ କାଳରୁ ରହି ଆସିଛି । ଆଉ ଦୁଇ ଦିନ ପରେ ଅର୍ଥାତ ଆସନ୍ତା ଗୁରୁବାର ପାଳିତ ହେବ ସାବିତ୍ରୀ ବ୍ରତ । ଗତବର୍ଷ ଭଳି ଚଳିତ ବର୍ଷ କରୋନାର ପ୍ରକୋପ ଯୋଗୁ ସାବିତ୍ରୀ ବ୍ରତ କୋଭିଡ଼ କଟକଣାରେ ପାଳନ ହେବ । ବିଭିନ୍ନ ଦେବାଳୟରେ କୋଭିଡ଼ କଟକଣା ଜାରି ହୋଇଥିବାରୁ ସଧବା ନାରୀମାନେ ଘରେ ସାବିତ୍ରୀ ବ୍ରତ ପାଳିବାକୁ ସଜବାଜ ହେଲେଣି । ଅପରପକ୍ଷରେ ତାଲାବନ୍ଦ ଯୋଗୁ ବର୍ତମାନ ସମସ୍ତ କପଡ଼ା ଓ ଶାଢୀ ଦୋକାନ ବନ୍ଦ ଥିବାରୁ ଅନଲାଇନ ମାଧ୍ୟମରେ ଶାଢୀ, ଚୁଡ଼ି ଆଦି ଅର୍ଡ଼ର କରି ସାରିଲେଣି ଅନେକ ପରିବାର । ସାବିତ୍ରୀ ବ୍ରତ ପାଳିବାକୁ ସଜବାଜ ହେଉଥିବା ସାରନଗରୀ ଅଂଚଳର ମଧୁମିତା ରାଉତଙ୍କ କହିବା ଅନୁଯାୟୀ ବିଭିନ୍ନ ଦେବାଳୟରେ ସାମୁହିକ ଭାବେ ସାବିତ୍ରୀ ବ୍ରତ ପାଳନ କରିବା ବେଳେ ମନରେ ଉତ୍ସାହ ପରିପ୍ରକାଶ ପାଇଥାଏ, ମାତ୍ର ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ଘରେ ସାବିତ୍ରୀ ବ୍ରତ ପାଳନ କରିବେ ବୋଲି ସେ ପ୍ରକାଶ କରିଥିଲେ। ସେପଟେ ସାବିତ୍ରୀ ବ୍ରତକୁ ନେଇ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଫଳ ବଜାର ସରଗରମ ହୋଇ ଉଠିଲାଣି। ସାରନଗରୀର ପାଣିଟାଙ୍କି ନିକଟ ପୂର୍ଣ୍ଣାନନ୍ଦ ମାର୍କେଟ ଠାରେ ଥିବା ବିଭିନ୍ନ ଫଳ ଦୋକାନରେ ଗ୍ରାହକଙ୍କ ସମାବେଶ ଦେଖିବାକୁ ମିଳୁଛି ।

ସେହିପରି ଅନେକ ଫଳ ବ୍ୟବସାୟୀ ନିଜ ଠେଲାରେ ବିଭିନ୍ନ ଫଳ ଯେପରି ଆମ୍ବ, ଲିଚୁ, ସପୁରୀ, କଦଳୀ, ସେଓ ଆଦି ବହନ କରି ବିଭିନ୍ନ ବସ୍ତି ଓ କଲୋନୀରେ ବ୍ରିକି କରୁଥିବା ବେଳେ ଆଉ କିଛି ଫଳ ବ୍ୟବସାୟୀ ରାସ୍ତା କଡ଼ରେ ଠେଲା ଧରି ଫଳ ବ୍ୟବସାୟ କରୁଥିବା ଦୃଷ୍ଟି ଗୋଚର ହେଉଛି । ଚଳିତ ବର୍ଷ ପ୍ରଚୁର ମାତ୍ରାରେ ଆମ୍ବ ଫଳିଥିବାରୁ ଆମ୍ବର ଦାମ ବଜାରରେ ଯଥେଷ୍ଟ କମ ରହିଛି । ଆମ୍ବର ଦର କିଲୋ ୪୦ରୁ ୫୦ ଟଙ୍କା ବିକ୍ରି ହେଉଥିବା ବେଳେ, ଦେଶୀ ଆମ୍ବ କିଲୋ ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟପଟେ ଅନ୍ୟ ସମସ୍ତ ଫଳର ଦର ଆକାଶଛୁଆଁ ହୋଇଥିବା ଜଣାପଡ଼ିଛି । କଦଳୀ ଡର୍ଜନ ୪୦ରୁ ୫୦ଟଙ୍କା, କମଳା କିଲୋ ପ୍ରତି ୧୬୦ ଟଙ୍କା, ସେଓ କିଲୋପ୍ରତି ୩୦୦ଟଙ୍କା, ଡାଳିମ୍ବ କିଲୋ ୧୬୦ ଟଙ୍କା, ଅଙ୍ଗୁର କିଲୋ ୧୬୦ ଟଙ୍କା ଦରରେ ବ୍ରିକି ହେଉଛି । ସାରନଗରୀ ଅଂଚଳରେ ଫଳ ବ୍ୟବସାୟ କରୁଥିବା ଦିଲୀପ କୁମାରଙ୍କ କହିବା ଅନୁଯାୟୀ, ଗତବର୍ଷ କରୋନା ଯୋଗୁ ବେପାର ମାନ୍ଦା ରହିଥିଲା । ଏଥର ମଧ୍ୟ ଆଶାଜନକ ବେପାର ହେଉନାହିଁ ବୋଲି ସେ ପ୍ରକାଶ କରିଥିଲେ । ଦକ୍ଷିଣ ରାଉରକେଲା ନିକଟବର୍ତି ଅନେକ ଗ୍ରାମାଚଂଳରେ ସଧବା ମହିଳା ମାନେ ବଟବୃକ୍ଷ ମୂଳେ ସାବିତ୍ରୀ ବ୍ରତ ପାଳନ କରିବାକୁ ନିଷ୍ପତି ନେଇଥିବା ସୂଚନା ମିଳିଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories