ରାହୁଲଙ୍କୁ କରିଥିବା ନିମନ୍ତ୍ରଣ ପ୍ରତ୍ୟାହାର କଲେ ରାଜ୍ୟପାଳ ସତ୍ୟପାଲ
ନୂଆଦିଲ୍ଲୀ : କାଶ୍ମୀର ଗସ୍ତରେ ଆସି ପରିସ୍ଥିତି ଅନୁଧ୍ୟାନ କରିବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ କରିଥିବା ନିମନ୍ତ୍ରଣକୁ ସୋମବାର ପ୍ରତ୍ୟାହାର କରି ନେଇଛନ୍ତି। ଏହା ସହିତ ଭବିଷ୍ୟତରେ ଯଦି କାଶ୍ମୀର ଗସ୍ତରେ ଆସିବାକୁ ଚାହୁଁଥାନ୍ତି; ତେବେ ଆବଶ୍ୟକ ଅନୁମତି ନେଇ ଆସିବାକୁ ରାହୁଲଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।
ରାଜ୍ୟପାଳ କହିଛନ୍ତି ଯେ କାଶ୍ମୀର ସ୍ଥିତି ବାବଦରେ ରାହୁଲଙ୍କର ଯେଉଁ ଧାରଣା ରହିଛି ତାକୁ ଦୂର କରିବା ପାଇଁ ଏପରି ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣର ୫ଦିନ ପର୍ଯ୍ୟନ୍ତ ରାହୁଲ ନିରବ ରହିବା ପରେ ନିଜର ସାଥୀଙ୍କ ସହିତ ଜାମ୍ମୁ-କାଶ୍ମୀର ଗସ୍ତରେ ଆସିଥିଲେ। ଏହା ସହିତ କାଶ୍ମୀରର ବନ୍ଦୀ ରାଜନେତା, ସୁରକ୍ଷାକର୍ମୀ ଓ ସ୍ଥାନୀୟ ନାଗରିକଙ୍କୁ ଭେଟିବାକୁ ଦାବି କରିଥିଲେ। ରାହୁଲଙ୍କ ଏପରି ଦାବିକୁ ପୂରଣ କରିବା ସମ୍ଭବ ନ ଥିବାରୁ ସେ ତାଙ୍କର ନିମନ୍ତ୍ରଣ ପ୍ରତ୍ୟାହାର କରୁଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ଶନିବାର ରାହୁଲଙ୍କ ସହିତ ବିଭିନ୍ନ ବିରୋଧୀ ଦଳର ପ୍ରତିନିଧି ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇଥିବାବେଳେ ସେମାନଙ୍କୁ ବିମାନବନ୍ଦର ବାହାରକୁ ଯିବାକୁ ଦିଆଯାଇ ନଥିଲା। ପରେ ସେମାନଙ୍କୁ ନୂଆଦିଲ୍ଲୀ ଫେରାଇ ଦିଆଯାଇଥିଲା।
Comments are closed.