ମେଷ: ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। ବନ୍ଧୁଙ୍କଠାରୁ ଅଯାଚିତ ସହାୟତା ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।
ବୃଷ: ଶତ୍ରୁକୁ ପରାଜିତ କରି ମାନସିକ ଶକ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। କର୍ତ୍ତବ୍ୟନିଷ୍ଠ ହେବେ। ସୁଖ-ସମ୍ଭୋଗର ଦିନଟି ଆଜି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଋଣ ପରିଶୋଧ କରିବେ।
ମିଥୁନ: ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ମନ ପ୍ରସନ୍ନ ରହିବ। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ପଦୋନ୍ନତି ମିଳିବ!
କର୍କଟ: ପରିଶ୍ରମ ଯେତେ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ଆୟ ଅଧିକ ହେଲେ ବି ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ପାରିବାରିକ ଚିନ୍ତା ଲାଗି ରହିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।
ସିଂହ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍ ହୋଇପାରନ୍ତି। ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଅନୁଗୃହୀତ ହୋଇପାରନ୍ତି। ଉନ୍ନତି ଆଶା କରାଯାଏ।
କନ୍ୟା: ଲୋଭାସକ୍ତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ସୁଚେଷ୍ଟା ଫଳବତୀ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସର୍ବ ସୁଖ ମିଳିପାରେ। ଆତ୍ମସନ୍ତୋଷ ମିଳିବ।
ତୁଳା: ରୋଜଗାର ଆଶାନୁରୂପ ହେବ। ସରକାରୀ ସହାୟତାରୁ ଲାଭବାନ୍ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
ବିଛା: ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। କର୍ତ୍ତବ୍ୟ ପରାୟଣତା ଆପଣଙ୍କୁ ମହାନ୍ କରି ଗଢ଼ିତୋଳିବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ବ୍ୟବସାୟ ଲାଭପ୍ରଦ ହେବ। ମିଷ୍ଟଭାଷୀ ହେବେ।
ଧନୁ: ଉଚ୍ଚ କର୍ମ ନିର୍ବାହ କରି ପ୍ରଶଂସାର ପାତ୍ର ହେବେ। ପାରିବାରିକ ସୁଖ ମିଳିବ। ଉପୁଜିଥିବା ସମସ୍ୟାର ସମାଧାନ ହେବ। ନୈତିକତା ଓ ଦକ୍ଷତା ବୃଦ୍ଧିର ସୂଚନା ମିଳୁଛି। ଜ୍ଞାନ ପିପାସୁ ହେବେ। ଅର୍ଥ ପ୍ରାପ୍ତି ହୋଇପାରେ।
ମକର: ଆୟୁଷ୍ମାନ୍ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟ ସିଦ୍ଧି ହେବ। ଶାନ୍ତି ଓ ସନ୍ତୋଷ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। କୀର୍ତ୍ତିମାନ୍ ହେବେ।
କୁମ୍ଭ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସର୍ବ ସୁଖ ମିଳିପାରେ। ମନ ପ୍ରସନ୍ନ ରହିବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତା ବିକେନ୍ଦ୍ରୀକରଣ କରି ଅଧସ୍ତନଙ୍କୁ କର୍ମତତ୍ପର କରିବେ।
ମୀନ: ଆର୍ଥିକ ସ୍ଥିତିରେ ଅବନତି ଘଟିପାରେ। କାର୍ଯ୍ୟ ହାନିର ସୂଚନା ମିଳୁଛି। ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ। ଅପରାହ୍ଣରେ ସାମାନ୍ୟ କିଛି ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କାର୍ଯ୍ୟରେ ସତର୍କ ରହିବେ।