www.samajalive.in
Thursday, December 11, 2025
13.1 C
Bhubaneswar

୫୭ ଗ୍ରାମ ସିଡିଏ ଅଧିନକୁ ଯିବା ନେଇ ଆଠଗଡରେ ଦ୍ୱନ୍ଦ ଓ ତୀବ୍ର ପ୍ରତିକ୍ରିୟା

ଆଠଗଡ :  ଆଠଗଡ ବ୍ଲକର ୫୩ଟି ଗ୍ରାମ ଓ ଏହି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଖଡି ପଞ୍ଚାୟତର ୪ଟି ଗ୍ରାମକୁ ମିଶାଇ ମୋଟ ୫୭ଟି ଗ୍ରାମ ସିଡିଏ ଅଧୀନକୁ ଯିବା ନେଇ ବିଜ୍ଞପ୍ତି ପ୍ରକାଶ ପରେ ଆଠଗଡ ଅଞ୍ଚଳରେ ତୀବ୍ର ଅସନ୍ତୋଷ, ପ୍ରତିକ୍ରିୟା ଏବଂ ଦ୍ୱନ୍ଦ ଲାଗି ରହିଛି । ଆଠଗଡର ମଞ୍ଚେଶ୍ୱର, କୁଶପଙ୍ଗି, କଖଡି, ଓରନ୍ଦା, ରାଧାକିଶୋରପୁର, ଖୁଣ୍ଟୁଣୀ, ମହାକାଳବସ୍ତ, ଘଣ୍ଟିଖାଲ, ଧୁରୁଷିଆ, ମେଘା, କଟକିଆ ସାହି, ରାଜନଗର, ରାଧାଗୋବିନ୍ଦପୁର, ବେଣ୍ଟପଦା, ଧାଇପୁର ଆଦି ପଞ୍ଚାୟତର ୫୭ଟି ଗ୍ରାମ କ’ଣ ପାଇଁ ଏବଂ କେଉଁ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ସିଡିଏ ଅଧିନକୁ ନେଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣା ପଡୁନାହିଁ । ଏହାଦ୍ୱାରା ସଂପୃକ୍ତ ଗ୍ରାମବାସୀ କେତେଦୂର ଲାଭ ବା କ୍ଷତି ସହିବେ ସେ ସଂପର୍କରେ ସେମାନେ ଅନ୍ଧକାରରେ ରହିଛନ୍ତି।

ଏହାକୁ ନେଇ ସଂପୃକ୍ତ ଗ୍ରାମ ଗୁଡିକରେ ଲୋକମାନେ ଦ୍ୱନ୍ଦ୍ୱରେ ରହିବା ସହିତ ନାନା କଥା ଶୁଣି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ଆରମ୍ଭ କଲେଣି । ଏପଟେ ମିଶ୍ରଣ ହୋଇଥିବା ଗ୍ରାମଗୁଡିକର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ବିରୋଧୀ ରାଜନୈତିକ ଦଳଗୁଡିକ ଆନ୍ଦୋଳନ ପାଇଁ ସଜବାଜ ହେଲେଣି । ପଞ୍ଚାୟତର ଗୋଟିଏ ଗ୍ରାମ ସିିଡିଏକୁ ଯାଉଥିବା ବେଳେ ତା ନିକଟବର୍ତ୍ତୀ ଗ୍ରାମକୁ ସେଥିରେ ସାମିଲ କରାଯାଇନାହିଁ । ଏହିପରି ପ୍ରାୟ ପ୍ରତି ପଞ୍ଚାୟତରେ ଗୋଟିଏ ଗ୍ରାମ ଛାଡି ଆଉ ଗୋଟିଏ ଗ୍ରାମ ସିଡିଏରେ ସାମିଲ କରାଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଦ୍ୱନ୍ଦ ବଢିବାରେ ଲାଗିଛି। ଏହି ସମୟରେ ସିଡିଏ କର୍ତ୍ତୃପକ୍ଷ ହୁଅନ୍ତୁ ଅବା ଜିଲ୍ଲା ପ୍ରଶାସନ ଅଥବା ଆଠଗଡ ପ୍ରଶାସନ କୌଣସି ସ୍ପଷ୍ଟିକରଣ ଦେଉନଥିବାରୁ ଲୋକଙ୍କ ମନରେ ଅଯଥାରେ ଅସନ୍ତୋଷ ଓ ଭୟ ସୃଷ୍ଟି ହେଉଛି । ସିଡିଏ ଅଧିନକୁ ଆଠଗଡ ବ୍ଲକର ୫୩ ଏବଂ ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଖଡିର ୪ଟି ଗ୍ରାମ କାହିଁକି ଗଲା ସେ ସଂପର୍କରେ ସିଡିଏ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସ୍ପଷ୍ଟ କରି ଲୋକଙ୍କ ମନରେ ଥିବା ଦ୍ୱନ୍ଦ ଓ ଭିନ୍ନ ଧାରଣା ଦୂର କରନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହେଉଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories